Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ବିଜେପିର ରାଜନୈତିକ ଶୋଭାଯାତ୍ରା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲାପାଳ ଓ...

ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ବିଜେପିର ରାଜନୈତିକ ଶୋଭାଯାତ୍ରା ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି ନେଇ ଜିଲାପାଳ ଓ ଏସ୍‌ପିଙ୍କୁ ଭେଟିବେ ସେବାୟତ

26

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ ବୁଧୁବାର ଦିନ ୫-ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ସହ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରି ଫେରିଯିବାର ଦୀର୍ଘ ୨ ଘଣ୍ଟା ପରେ ବିଜେପି ଦଳ ପକ୍ଷରୁ ୨୫/୩୦ ଜଣ କର୍ମୀ ବେଆଇନ୍ ଭାବେ ମନ୍ଦିରର ଦେବୋତ୍ତର ଆଇନ୍‌କୁ ଉଲ୍ଲଂଘନ ପୂର୍ବକ ମନ୍ଦିର ବେଢାରେ ଗୋବର ପାଣି ପକାଇବା ସହ ରାଜନୈତିକ ଶୋଭାଯାତ୍ରା କରିବା ଘଟଣାରେ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାର ଅଭିଯୋଗ କରିଛନ୍ତି ୨ୟ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟରେ ବିସ୍ତାପିତ ହେଉଥିବା ୯୮ ପରିବାର ଓ ମନ୍ଦିରର ଶତାଧିକ ସେବାୟତ । ଏମାନେ ଏକ ବସ୍ ଯୋଗେ ଆସି ଭଦ୍ରକ ଜିଲାପାଳ ଓ ଏସ୍‌ପିଙ୍କୁ ସାକ୍ଷାତ୍ କରିବେ ବୋଲି ନିଷ୍ପତ୍ତି ହୋଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସୁରେନ୍ଦ୍ର ପାଢୀ, ମିନକେତନ ପାଢୀ, ମନ୍ମଥ ପାଢୀ, ଗିରିଶ ଚନ୍ଦ୍ର ପାଢୀ, ଗଦାଧର ପାଢୀ, ଅରବିନ୍ଦ ପାଢୀ, ବିଭୂତି ପାଢୀ, ସନ୍ତୋଷ ପାଢୀ ପ୍ରମୁଖ । ଏମାନଙ୍କ କହିବା ମୂଳେ ସ୍ୱାଧୀନତାର ୭୫ ବର୍ଷ ପରେ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରରେ ଥିବା ସମସ୍ତ ଧାର୍ମିକ ପୀଠରେ ରୂପାନ୍ତରଣ କାର୍ଯ୍ୟ ଏବେ ରାଜ୍ୟ ସରକାର କରୁଛନ୍ତି । ଏଭଳି ସ୍ଥିତିରେ ଏହି କାର୍ଯ୍ୟକୁ ବିଜେପି ଦଳ ସ୍ୱାଗତ ନକରି ବିରୋଧ କରିବା ସହ ବନ୍ଦ କରିବାର ଯେଉଁ ଅପଚେଷ୍ଟା ଚଳାଇଛି, ତାହାର ପ୍ରତିବାଦ କରିଛନ୍ତି ଆଖଣ୍ଡଳମଣି ମନ୍ଦିରର ସେବାୟତମାନେ । ରୂପାନ୍ତରଣ କାର୍ଯ୍ୟରେ ଆଗାମୀ ଦିନରେ ବିଜେପି ଯଦି କଣ୍ଟକ ସାଜେ, ତାହେଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମନ୍ଦିରର ବରିଷ୍ଠ ସେବାୟତମାନେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.