Home ଜିଲ୍ଲା ପରିକ୍ରମା ହାପିହୋମ୍ ସ୍କୁଲର ୩୩ତମ ବାର୍ଷିକ କ୍ରୀଡ଼ା ଉତ୍ସବ

ହାପିହୋମ୍ ସ୍କୁଲର ୩୩ତମ ବାର୍ଷିକ କ୍ରୀଡ଼ା ଉତ୍ସବ

37
????????????????????????????????????

ଭଦ୍ରକ, ୨୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପାସ୍ଥିତ ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହାପିହୋମ୍ ବିଦ୍ୟାଳୟର ୩୩ତମ କ୍ରୀଡ଼ା ଉତ୍ସବ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଅଛି । ଉକ୍ତ ଉତ୍ସବରେ ଉଦ୍‌ଘାଟକ ଭାବରେ ଡୁଡ଼ାର ପ୍ରକଳ୍ପ ନିର୍ଦ୍ଦେଶକ ମାନସ ରଂଜନ ନାୟକ ଯୋଗଦାନ କରି ଶିକ୍ଷା ସହିତ କ୍ରୀଡ଼ାର ମୌଳିକ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । କ୍ରୀଡ଼ା କେବଳ ଶାରିରୀକ ସୁସ୍ଥତା ନୁହେଁ ଏହା ମାନସିକ, ବୌଦ୍ଧିକ ଏବଂ ଏକତାର ବାର୍ତ୍ତା ପ୍ରଦାନ କରେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ସଭାପତି ତଥା ଓ.ସି.ଏ.ର ପୂର୍ବତନ ସଂପାଦକ ଧୀରେନ୍ ପଲାଇ, ସମ୍ମାନୀତ ଅତିଥି ଅଧ୍ୟକ୍ଷ ପର୍ଶୁରାମ ଜେନା ଯୋଗଦାନ ପୂର୍ବକ ଛାତ୍ରଛାତ୍ରୀମାନଙ୍କର ସଫଳତା କାମନା କରିଥିଲେ । ଶିକ୍ଷା ସହିତ କ୍ରୀଡ଼ାକୁ ଅଙ୍ଗୀକାର ବଦ୍ଧତା ସହିତ ଗ୍ରହଣ କରିବାର ଆବଶ୍ୟକ ଅଛି ବୋଲି ଅଭିମତ ପ୍ରକାଶ କରିଥିଲେ । ଆଜିର କ୍ରୀଡ଼ା ଉତ୍ସବରେ ୪୦ ଗୋଟି ବିଭାଗରେ ନର୍ସରୀ ଠାରୁ +୨ ପର୍ଯ୍ୟନ୍ତ ପ୍ରାୟ ଆଠଶହ ପଚାଶରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ନିଜର ଦକ୍ଷତା ପ୍ରତିପାଦନ ଅନୁସାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଭାବରେ ପ୍ରମାଣ ପତ୍ର ଏବଂ ପଦକ ଅତିଥିମାନଙ୍କ ଠାରୁ ଗ୍ରହଣ କରିଥିଲେ । ବିଦ୍ୟାଳୟର ଷଷ୍ଠ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନଙ୍କ ମଧ୍ୟରେ ‘ମିସ୍ ହେପି ହୋମ୍‌’ ପ୍ରତିଯୋଗୀତାରେ ପ୍ରଥମ ରନର୍ସ ଅପ୍ ଭାବେ ସୁନେନା ରାଉତ ଦ୍ୱିତୀୟ ରନର୍ସ ଅପ୍ ଭାବରେ ସୋନଲ୍ ଓଝା ଏବଂ ମିସ୍ ହେପିହୋମ୍ ଭାବେ ଦୀପିକା ସାହୁଙ୍କୁ ଘୋଷଣା କରାଯାଇଥିଲା ।

ଏହି ଉତ୍ସବର ଅନ୍ତିମ ପର୍ଯ୍ୟାୟରେ କାର୍ଯ୍ୟକ୍ରମକୁ ଅଧିକ ରଙ୍ଗୀନ ଓ ଆକର୍ଷଣୀୟ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କର ମା’ମାନଙ୍କ ମଧ୍ୟରେ ଏକ ‘ଫେସନ୍ ସୋ’ର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭଦ୍ରକ ପୌରପାଳିକାର ଅଧ୍ୟକ୍ଷା ଗୁଲ୍‌ମୁଖୀ ଦଲ୍‌ୱାଜୀ ହବିବ୍ ଯୋଗଦାନ କରି ‘ସୁପର୍ ମମ୍‌’ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ପ୍ରତିଯୋଗୀତାରେ ପ୍ରଥମ ସ୍ଥାନରେ ୟୁକେଜିର ଶ୍ରେୟାଂଶ ମମି, ଦ୍ୱିତୀୟ ସ୍ଥାନରେ ଷ୍ଟାଣ୍ଡାଡ଼୍‌-ଥ୍ରୀର ବଂଶୀକା ମମି ଏବଂ ତୃତୀୟ ସ୍ଥାନରେ ଏଲ୍‌.କେ.ଜିରେ ଅଭିରାଜ ମମି ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସୁପର୍ ମମ୍ ପ୍ରତିଯୋଗୀତାରେ ବିଚାରକ ଭାବେ ସୁନୀତା ଗୁପ୍ତା, ଆଶା ଗୁପ୍ତା, ପ୍ରୀତି ଅଗ୍ରୱାଲ୍‌, ରିଚିସ୍ମିତା ମହାନ୍ତି, ବେଲା ଅଗ୍ରୱାଲ୍ ଯୋଗଦାନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମକୁ ବ୍ରଜ କିଶୋର ଦାସ, ପ୍ରତିଭା ତିୱାରୀ, ପ୍ରଜ୍ଞା ପରିମିତା ପଲାଇ, ସଂଗ୍ରାମ କେଶରୀ ମହାନ୍ତି, ମେଜଦା ବେଗମ୍‌, ସୋନମ୍ ସିଦ୍‌କୀ, ଶତାବ୍ଦୀ ପାଣିଗ୍ରାହୀ, ସାବନା ପରୱନୀ, ତୃପ୍ତୀ ଲତା ବାରିକ୍‌, ମାଲା ଦାସ, ସାଲିନୀ ଗୁପ୍ତା ଓ ଅନ୍ୟମାନେ ପରିଚାଳନା କରିଥିଲେ । ଶେଷରେ ହେପିହୋମ୍‌ର ରୁଦ୍ର ନାରାୟଣ ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.