Home ଜିଲ୍ଲା ପରିକ୍ରମା ବନ୍ତରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

ବନ୍ତରେ ବିଜେଡି ପ୍ରତିଷ୍ଠା ଦିବସ ପାଳିତ

40

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ସଦର ମହକୁମାରେ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳ ସ୍ତରୀୟ ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ମଧ୍ୟାହ୍ନରେ ୨୫ଗୋଟି ପଞ୍ଚାୟତରୁ ଶହ ଶହ ଦଳୀୟ କର୍ମୀ ଶୋଭାଯାତ୍ରାରେ ଆସି ସଭା ସ୍ଥଳରେ ପହଞ୍ଚିଥିଲେ । ଆୟୋଜିତ ସଭାକୁ ବିଜେଡି ସମ୍ପାଦକ ସୁବାଷ ଦାସ ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ବକ୍ତବ୍ୟରେ ଦଳ ଆଜି ତାର ପ୍ରତିଷ୍ଠା ଦିବସ ପାଳନ କରୁଛି, କର୍ମୀ ମାନେ ଏହାକୁ ଉତ୍ସାହର ସହିତ ପାଳନ ପୂର୍ବକ ଆଜି ଦିନରେ ଆଗଭର ହୋଇ ଦଳକୁ ଅଧିକ ସଶକ୍ତ କରାଉଛନ୍ତି, କାରଣ ଆମେ ଯେଉଁ ମୁଖ୍ୟମନ୍ତ୍ରୀ ପାଇଛନ୍ତି ତାଙ୍କର କାର୍ଯ୍ୟ ପାଇଁ ଓଡ଼ିଶା ଆଜି ବିଶ୍ୱ ସ୍ତରରେ ସମ୍ମାନିତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ମଣିଷ ଠାରୁ ପଶୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଚିନ୍ତା କରୁଥିବା ବେଳେ ଦକ୍ଷତା ବିକାଶ ସହ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ପରିଗଣିତ ହୋଇଛି ଓଡ଼ିଶା । ବିଶେଷ କରି ୫୦ଭାଗ ମହିଳା ସଂଗ୍ରକ୍ଷଣ ପାଇଁ ଦଳ ଦାବି କରୁଥିବା ବେଳେ ୩୩ଭାଗ ମହିଳା ରାଜନୀତିରେ ପାଦ ଥାପି ବିଭିନ୍ନ ପଦପଦବୀ ମଣ୍ଡନ କରିଛନ୍ତି । ଏହି ଅବସରରେ ଦଳୀୟ କର୍ମୀଙ୍କୁ ବିଧାୟକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନର ଶପଥ ପାଠ କରାଇଥିଲେ । ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ବିଜୁ ବାବୁଙ୍କ ଠାରୁ ନବୀନ ବାବୁ ଦୁଇ ପାଦ ଆଗକୁ ଯାଇ ଓଡ଼ିଶାର ଶାଢେ ଚାରି କୋଟି ଜନତା ପାଇଁ କାର୍ଯ୍ୟ କରୁଛନ୍ତି ।

ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ମହିଳା ମାନେ ପୁରୁଷଙ୍କ ସମକକ୍ଷ ହେବେ ତାହା ଆଜି ସାକାର ହୋଇଛି ବୋଲି କହିଥିବା ବେଳେ ଆଜି ଦିନରେ ସେବା ମନବୃତ୍ତି ନେଇ କାର୍ଯ୍ୟ କରି ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସାଂସଦ କହିଥିଲେ । ସଭାରେ ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକ୍ରାନ୍ତି ସାମଲ ସାଧାରଣ ଲୋକଙ୍କ ସମର୍ଥନରେ ଦଳ ଆଗକୁ ବଢୁଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନ ପରି ଆଗାମୀ ସାଧାରଣ ନିର୍ବାଚନରେ ଦଳକୁ ବିପୁଳ ଭୋଟରେ ବିଜୟ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡି ସଭାପତିି ଜଗନ୍ନାଥ ସ୍ୱାଇଁ, ଉପ-ସଭାପତି ପ୍ରଶାନ୍ତ ଦାଶ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଭଣ୍ଡାରିପୋଖରୀ ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ବ୍ଲକ ଉପାଧ୍ୟକ୍ଷ ପ୍ରଣତିକାନ୍ତ ସାମଲ, ଜିଲ୍ଲା ପରିଷଦ ସଭ୍ୟା ମୁନି ମୁଣ୍ଡା, ରୁନିତା ଦାସ, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଭଣ୍ଡାରିପୋଖରୀ ବ୍ଲକ ସଭାପତି ଲକ୍ଷ୍ମୀକାନ୍ତ ନାୟକ, ବରିଷ୍ଠ କର୍ମୀ ସେକ୍ ଜଲାଲ୍‌ଉବ୍ଦିନ୍‌, ଶ୍ରୀନାଥ ମହାନ୍ତି, ଜିଲ୍ଲା ଯୁବ ସଭାପତି ଲଳିତ ନାୟକ, ଜିଲ୍ଲା ଛାତ୍ର ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ, ବିଧାନ ସଭା ଯୁବ ନେତା ବିପିନ ନାୟକ, ଯୁବ ବିଜେଡି ସଭାପତି ସତ୍ୟ ସାଧନ ବେଜ, ଛାତ୍ର ସଭାପତି ପ୍ରଣବ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ମୁଖ୍ୟ ଆକର୍ଷଣ ସାଜିଥିଲେ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର । ସେ ହେ ନବୀନ ବାବୁ ଆମେ ତୁମ ଫ୍ୟାନ୍ ସଂଗୀତ ପରିବେଷଣ କରି ୭ହଜାରରୁ ଉର୍ଦ୍ଧ କର୍ମୀଙ୍କୁ ବାନ୍ଧୀ ରଖିଥିଲେ । କାର୍ଯ୍ୟକ୍ରମକୁ ଶକ୍ତିଧର ରାଉତ, ଶତୃଘନ ମହାରାଜ, ଆଲୋକ କୁମାର ରାଉତ, ଫାଲଗୁନି ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.