Home ଜିଲ୍ଲା ପରିକ୍ରମା ରାୟ ଫିଟ୍‌ନେସ୍ ସେଣ୍ଟର ଉଦ୍‌ଘାଟିତ

ରାୟ ଫିଟ୍‌ନେସ୍ ସେଣ୍ଟର ଉଦ୍‌ଘାଟିତ

11

ଭଦ୍ରକ, ୨୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡ଼ା ସ୍ଥିତ ଅନନ୍ତ ମାଧବଜିୟୁ ମନ୍ଦିର ସନ୍ନିକଟରେ ରାୟ ଏଣ୍ଡ୍ ରାୟ ଫିଟ୍‌ନେସ୍ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଭଦ୍ରକ ସହିଦ୍ ଭଗତ ସେନାର ଆବାହକ ସିତାଂଶୁ ଶେଖର ମହାପାତ୍ର ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ଧାମନଗର ଏସ୍‌ଡିପିଓ ରମେଶ ସିଂ, ଆଇନଜୀବୀ ମନୋଜ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଫିଟ୍‌ନେସ୍ ସେଣ୍ଟର ସତ୍ତ୍ୱାଧିକାରୀ ମାନସ କୁମାର ରାୟ ଦିନକୁ ଦିନ ଶାରିରୀକ ପରିଶ୍ରମ ହ୍ରାସ ହେତୁ ମାନବ ସମାଜକୁ ବିଭିନ୍ନ ଅଜଣା ରୋଗ ମାଡି ବସୁଥିବା ବେଳେ ନିରୋଗ ଓ ଶରୀରକୁ ସୁସ୍ଥ ଓ ସତେଜ୍ ରଖିବା ନେଇ ସେଣ୍ଟର ଖୋଲିଥିବା କହିଥିଲେ । ସ୍ୱଳ୍ପ ମୂଲ୍ୟରେ ଅଞ୍ଚଳବାସୀ ଅତ୍ୟାଧୁନୀକ ଯନ୍ତ୍ରପାତି ସାହାର୍ଯ୍ୟରେ ବିଭିନ୍ନ ପ୍ରକାର ବ୍ୟାୟାମ୍ କରିପାରିବେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.