Home ଜିଲ୍ଲା ପରିକ୍ରମା ଜିଲ୍ଲାସ୍ତରୀୟ ଟେନିକଏଟ ପ୍ରତିଯୋଗିତା ଉଦ୍‌ଯାପିତ

ଜିଲ୍ଲାସ୍ତରୀୟ ଟେନିକଏଟ ପ୍ରତିଯୋଗିତା ଉଦ୍‌ଯାପିତ

26

ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଳା ଟେନିକଏଟ୍ ସଂଘ ଆନୁକୁଲ୍ୟରେ ଭଦ୍ରକ କଲେଜ ପଡ଼ିଆରେ ଜିଲ୍ଳା ସ୍ତରୀୟ ଟେନିକଏଟ୍ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ରାଜ୍ୟ ଟେନିକଏଟ୍ ସଂଘର ଅଧ୍ୟକ୍ଷ ତଥା ଭଦ୍ରକ ଜିଲ୍ଲା ସଂଘର ସଭାପତି ଗୋଲକ ନାୟକ, ସ୍ୱର୍ଣ୍ଣଲତା ବେହେରା ପିଇଟି ମୁରଲୀଧର ହାଇସ୍କୁଲ, ଧୁଷୁରୀ, ମାନସ କୁମାର ସାହୁ ପିଇଟି ଭଣ୍ଡାରିପୋଖରୀ ସରକାରୀ ହାଇସ୍କୁଲ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ପ୍ରତିଯୋଗିତାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ମୋଟ ୮୩ଜଣ ଖେଳାଳି ଭାଗ ନେଇଥିଲେ । ଉଦ୍‌ଯାପନୀ ସମାରୋହରେ ଓଲଙ୍ଗ ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ଓ ପୂର୍ବତନ ସରପଞ୍ଚ ଦେବୀଦତ୍ତା ମହାନ୍ତି ସମ୍ମାନନୀୟ ଅତିଥି ରୂପେ ଯୋଗ ଦେଇ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ । ପ୍ରତିଯୋଗିତାକୁ ଆୟୋଜକ କମିଟିର ସଂଯୋଜକ ଭବେଶ ଦାସ, ଉପସଭାପତି ସୁବାସ ଦୀକ୍ଷିତ, କୋଷାଧ୍ୟକ୍ଷ ଚନ୍ଦନ ଦେ, ମନୋରଞ୍ଜନ ଦୀକ୍ଷିତ, ରାଜବଲ୍ଲଭ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ସମ୍ପାଦକ ମନୋଜ କୁମାର ସାହୁ ପ୍ରତିିଯୋଗିତାକୁ ଆୟୋଜନ କରିଥିଲେ । ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଚାମ୍ପିୟନ ଓ ରନର୍ସଅପ୍ ହୋଇଥିବା ଖେଳାଳିମାନେ ହେଲେ ପିୟୁଷ ପ୍ରୀତମ ଦୀକ୍ଷିତ, ଡି.ଏସ୍‌. ଅସ୍ମିନ ତନ୍ତୀ, କିରଣ୍ମୟୀସାହୁ, ପ୍ରତିଷ୍ଣା ପି. ଜେନା, ଖୁସି ସାହାଣୀ, ମମାଲୀ ସାହା, ରାଜେଶ ନାୟକ, ନାରାୟଣ ବେହେରା, ସ୍ମୃତିରେଖା ସେଠୀ, ସୁଇଟ୍ ସ୍ମିତା ଜେନା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.