Home ଜିଲ୍ଲା ପରିକ୍ରମା ମୀରହସନପୁର ଉପ୍ରା ବିଦ୍ୟାଳୟରେ ହେବ ବ୍ଲକସ୍ତରୀୟ ବିଜ୍ଞାନମେଳା

ମୀରହସନପୁର ଉପ୍ରା ବିଦ୍ୟାଳୟରେ ହେବ ବ୍ଲକସ୍ତରୀୟ ବିଜ୍ଞାନମେଳା

58

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ହାରାମଣୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ବ୍ଲକସ୍ତରୀୟ ବିଜ୍ଞାନମେଳା ରୂପରେଖ ସୋମବାର ଚୁଡାନ୍ତ ହୋଇଛି । ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ହାରାମଣୀ ପ୍ରଧାନଶିକ୍ଷୟତ୍ରୀ କଳ୍ପନା ଧଳ, ଯଶୋଟିକିରୀ ହାଇସ୍କୁଲ ପ୍ରଧାନଶିକ୍ଷକ ଅଜୟ କୁମାର ନନ୍ଦ, ମଞ୍ଜୁରୀରୋଡ ଜିପିୟୁ ଉଚ୍ଚବିଦ୍ୟାପୀଠ ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ଯେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ପ୍ରଧାନଶିକ୍ଷକ ରବିନ୍ଦ୍ର କୁମାର ମହାରଣା ବିଦାୟୀ ବର୍ଷ ବିଜ୍ଞାନମେଳା ବିବରଣୀ ଉପସ୍ଥାପନ କରିବା ସହ ଆଗାମୀ ବିଜ୍ଞାନମେଳା ସ୍ପର୍କରେ ତଥ୍ୟ ରଖିଥିଲେ । ଚଳିତ ବର୍ଷ ବିଜ୍ଞାନମେଳା ମୀରହସନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ‘ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା’ ଶୀର୍ଷକରେ ଅନୁଷ୍ଠିତ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ସହ ମୁକ୍ତ ବିଜ୍ଞାନ କୁଇଜ ଓ ଗୁଣାତ୍ମକ ପ୍ରକଳ୍ପ ପ୍ରଦର୍ଶନ ପାଇଁ ସ୍ଥିର କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରଞ୍ଜନ କୁମାର ମହାନ୍ତି, ମାୟାଧର ଦାଶ, ବିମଳ କୁମାର ଦାଶ, ବିକ୍ରମ ସୌରଭ ରାୟଙ୍କ ସମେତ ଶିକ୍ଷାସଂଯୋଜକ, ପୂର୍ବତନ ଶିକ୍ଷାସଂଯୋଜକ, ପ୍ରଧାନଶିକ୍ଷକ ବୈଠକରେ ଉପସ୍ଥିତ ଥିଲେ । ଶିକ୍ଷକ କୈଳାସ ଚନ୍ଦ୍ର ସାମଲ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.