ଭଦ୍ରକ, ୩୦ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକର ରୂପାନ୍ତରିକରଣ ଉଚ୍ଚବିଦ୍ୟାଳୟ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଶନିବାର ଉଦଯାପିତ ହୋଇଛି । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ଆୟୋଜିତ ଏହି ୨ ଦିନିଆ ‘କୌଶଳି’ ଶିବିରକୁ ଭଣ୍ଡାରିପୋଖରୀ ହାଇସ୍କୁଲ ପ୍ରଧାନଶିକ୍ଷକ ରତିକାନ୍ତ ବେହେରା ଉଦଘାଟନ କରି ପରିବର୍ତ୍ତିତ ପରିସ୍ଥିତିରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପଯୋଗରେ ଶିକ୍ଷାଦାନ ବେଶ ଉପଯୋଗୀ ହେଉଥିବାରୁ ଏହି ପ୍ରଶିକ୍ଷଣର ଗୁରୁତ୍ୱ ରହିଛି ବୋଲି ମତପୋଷଣ କରିଥିଲେ । ରାଜ୍ୟସ୍ତରୀୟ ପ୍ରଶିକ୍ଷକ ତପୋଜା ସାହୁ ଓ ଚିନ୍ମୟ କୁମାର ଜେନା ୨୮ଟି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ କମ୍ପୁଟର ଓ ଆଇ.ଟି. ବିଷୟ ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଶ୍ୱନାଥ ନାୟକ, ଗୌରୀଶଙ୍କର ମିଶ୍ର, ଶରତ ଚନ୍ଦ୍ର ପହି, ସନ୍ଧ୍ୟା ଧରି, ପ୍ରତିଭା ଶତପଥି, ରବିନ୍ଦ୍ରନାଥ ମୁର୍ମୁ, ଅଞ୍ଜନା ଜେନା, ମୋନାଲି ସିଂ, ସବିତା ଦିପ୍ତୀରେଖା ନାୟକ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ପ୍ରାପ୍ତ ହୋଇଥିଲେ ।