Home ଜିଲ୍ଲା ପରିକ୍ରମା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

24

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ପକ୍ଷକୁ ସେବା ପକ୍ଷ ଭାବେ ବିଜେପି ପାଳନ କରୁଥିବାବେଳେ ଦଳର ଯୁବମୋର୍ଚ୍ଚା ପକ୍ଷରୁ ଏହି ଅବସରରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡାକ୍ତର ପ୍ରଦୀପ କୁମାର ନାୟକ, ଜିଲା ସଭାପତି ହେମନ୍ତ କୁମାର ପାଢୀ, ଜିଲା ଉପସଭାପତି ଶ୍ରୀହର୍ଷ ସ୍ୱାଇଁ, ସଂପାଦିକା ତପସ୍ୱିନୀ ମହାପାତ୍ର, ଭଦ୍ରକ ନଗର ସଭାପତି ବିକାଶ ପାଢୀ, ଜିଲା ଯୁବମୋର୍ଚ୍ଚା ସଭାପତି ଦେବାଂଶୁ ରାଉତ, ପ୍ରଭାକର ସାମଲ, ସନ୍ତୋଷ ସାହୁ, ଶ୍ରାବଣୀ ଓ ଯୁବମୋର୍ଚ୍ଚାର କାର୍ଯ୍ୟକତ୍ତା ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ । ଭଦ୍ରକ ରକ୍ତ ଭଣ୍ଡାର ପକ୍ଷରୁ ଡାକ୍ତର ବିମଳା ମିଶ୍ର, ସହଯୋଗୀ ରତିକାନ୍ତ ବଳ, ରବିନ୍ଦ୍ର ଜେନା, ମଙ୍ଗୁଲୁ ପ୍ରଧାନ, ଏସକେ ବୁଦ୍ଧିଆ ରକ୍ତ ସଂଗ୍ରହ କାର୍ଯ୍ୟ ସଂପାଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.