Home ଜିଲ୍ଲା ପରିକ୍ରମା ଯାନ୍ତ୍ରିକ ଶିକ୍ଷାନୁଷ୍ଠାନ ଧାରଣାକୁ ସମର୍ଥନ ଦେଲେ ସୁଧାଂଶୁ

ଯାନ୍ତ୍ରିକ ଶିକ୍ଷାନୁଷ୍ଠାନ ଧାରଣାକୁ ସମର୍ଥନ ଦେଲେ ସୁଧାଂଶୁ

32

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଅଧିନ ବରପଦା ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନ କର୍ମଚାରୀଙ୍କ ଗଣଧାରଣା ଆଜି ତୃତୀୟ ଦିନରେ ପହଞ୍ଚିଛି । ପରିଚାଳନା କତ୍ତୃପକ୍ଷଙ୍କ ମନମୂଖୀ କାର୍ଯ୍ୟ,କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ,ଛଟେଇ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୁତ,ମୃତ୍ୟୁବରଣ କରିଥିବା କର୍ମଚାରୀ ପରିବାରଙ୍କୁ ବକେୟା ଅର୍ଥ ପ୍ରଦାନ ଏବଂ ପୁନ୍ନ ନିଯୁକ୍ତି ଆଦି ଦାବି ନେଇ ଏହି ଗଣଧାରଣା ଦିଆଯାଇଛି । ଆଜି ଏହି ଗଣଧାରଣାକୁ ସମର୍ଥନ ଜଣାଇ ବନ୍ତର ବରିଷ୍ଠ ବିଜେପି ନେତା ସୁଧାଂଶୁ ଶେଖର ନାୟକ କହିଲେ,ଯାନ୍ତ୍ରୀକ ଶିକ୍ଷାନୁଷ୍ଠାନରେ କର୍ମଚାରୀ ପରିଶ୍ରମ କରି କାର୍ଯ୍ୟ କରିଛନ୍ତି,ମାତ୍ର ଏଠାରେ ଦାୟିତ୍ୱରେ ଥିବା ବିଧାୟକ ଏବଂ ତାଙ୍କ ପ୍ରତିନିଧି କର୍ମଚାରୀଙ୍କ ପ୍ରାପ୍ୟ ଦେଉ ନାହାନ୍ତି । ଛଟେଇ କର୍ମଚାରୀଙ୍କ ବକେୟା ଦରମା ପାଇବା ନେଇ ମୁଁ ଗୁଣ୍ଡୁଚିମୂଷା ପରି ସାହାର୍ଯ୍ୟ କରିବି ବୋଲି ଶ୍ରୀ ନାୟକ କହିଥିଲେ । ପୂର୍ବତନ ବନ୍ତ ବିଜେଡି ସଭାପତି କମଳାକାନ୍ତ ସାହୁ,ଜିତେନ୍ଦ୍ର ନାୟକ,କେନ୍ଦୁଆପଦା ସରପଞ୍ଚ ଇଂ ପ୍ରମୋଦ ଜେନା ଉପସ୍ଥିତ ଥିଲେ । ଆଜିର ଏହି ଗଣଧାରଣାରେ ରଶ୍ମିକାନ୍ତ ପଣ୍ଡା,ଉମାକାନ୍ତ ପଣ୍ଡା,କାହ୍ନୁଚରଣ ସାହୁ,ରଞ୍ଜନ କୁମାର ବିନ୍ଧାଣୀ,ପ୍ରଫୁଲ୍ଲ କୁମା ଜେନା,ବଳଭଦ୍ର ମଲ୍ଲିକ ପ୍ରମୁଖ ବସି ରହିଥିବା ବେଳେ ବରପଦା ବିକାଶ ମଞ୍ଚର ବରିଷ୍ଠ ନାଗରିକ ଯୁଧିଷ୍ଟିର ପଣ୍ଡା,ଜୟିରାମ ଜେନା,ରାନ୍ଦିଆ ସମିତି ସଭ୍ୟ ଶ୍ରୀଧର ନାୟକ ପ୍ରମୁଖ ନୈତିକ ସମର୍ଥନ ଜଣାଇଥିଲେ । ଉପରୋକ୍ତ ଧାରଣା ନେଇ ମୁଖ୍ୟମନ୍ତ୍ରୀ,୫-ଟି ସଚିବ,ଭଦ୍ରକ ଜିଲ୍ଲାପାଳ,ଆରକ୍ଷି ଅଧିକ୍ଷକ,ଗ୍ରାମାଞ୍ଚଳ ଥାନାଧିକାରୀଙ୍କୁ ଆନ୍ଦୋଳନକାରୀ ମାନେ ଲିଖିତ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.