Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀରେ ଆଇନ ସଚେତନତା ଶିବିର

ଭଣ୍ଡାରିପୋଖରୀରେ ଆଇନ ସଚେତନତା ଶିବିର

20

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ପରମାନନ୍ଦପୁର କଲ୍ୟାଣମଣ୍ଡପରେ ମଙ୍ଗଳବାର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟ ଓ ଗଠନ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରଦ୍ୟମ୍ନ କୁମାର ନାୟକଙ୍କ ନିର୍ଦ୍ଦେଶରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଆଶିଷ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନେହା ଅଗ୍ରୱାଲାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ପୋକ୍ସୋ କୋର୍ଟ ସ୍ୱତନ୍ତ୍ର ବିଚାରପତି ତଥା ଅନ୍ୟତମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ମୁକ୍ତିରଞ୍ଜନ ଶତପଥି, ଜେ.ଏମ.ଏଫ.ସି. ଗିରିଜା ଶଙ୍କର ବାଗ, ଭଦ୍ରକ ବାର ଆସୋସିଏସନ ସଭାପତି ନିରାକାର ଜେନା, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ସଦସ୍ୟ ନେପାଳ ଚନ୍ଦ୍ର ଦାସ, ଆଇନଜୀବି କାହ୍ନୁ ଚରଣ ଦାସ, ବିଡିଓ ଦେବଦତ୍ତ ଦାସ, ଜି.ପି.ଇ.ଓ, ମୀନକେତନ ବାରିକ, ପାଲା ଲିଗାଲ ସ୍ୱେଚ୍ଛାସେବୀ ହରେକୃଷ୍ଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପେନସନ ଯୋଜନା, ଗୃହ ନିର୍ମାଣ ଯୋଜନା ସମେତ ଜୀବିକା ଉପାର୍ଜ୍ଜନ ଯୋଜନାର ରୂପରେଖ, କାର୍ଯ୍ୟକାରିତାର ଆଇନଗତ ଦିଗ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଆଇନଜୀବି ଅରୁଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.