Home ଜିଲ୍ଲା ପରିକ୍ରମା ବରିଷ୍ଠ ନାଗରିକମାନଙ୍କର ସେବା, ତ୍ୟାଗ ଓ କର୍ତ୍ତବ୍ୟପରାୟଣତା ପାଇଁ ସଦା ପ୍ରଶଂସନୀୟ ଓ ସ୍ମରଣୀୟ

ବରିଷ୍ଠ ନାଗରିକମାନଙ୍କର ସେବା, ତ୍ୟାଗ ଓ କର୍ତ୍ତବ୍ୟପରାୟଣତା ପାଇଁ ସଦା ପ୍ରଶଂସନୀୟ ଓ ସ୍ମରଣୀୟ

13

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ନାମ ଉଚ୍ଚାରଣ ମାତ୍ରକେ ମନରେ ସୃଷ୍ଟି ହୁଏ କମ୍ପନ । ସେମାନଙ୍କୁ ଦର୍ଶନ ମାତ୍ରକେ ଭକ୍ତିରେ ହୋଇଯାଏ ମଥାନତ । ମିଳିଥାଏ ଶାନ୍ତି ଓ ଆନନ୍ଦ । ବରିଷ୍ଠ ନାଗରିକମାନେ ହେଲେ ଜ୍ଞାନ ଓ ଗୁଣର ଅସରନ୍ତି ଭଣ୍ଡାର । ସେବାର ନିର୍ମାଲ୍ୟ ପସରା । ମାତ୍ର ଆଜିକାଲି ନବ ସଭ୍ୟତା ଯୁଗରେ ସେମାନେ ଅପାଙ୍‌କ୍ତେୟ । ସଂସାରର ବୋଝ, ମୁଣ୍ଡ ଝାଳ ତୁଣ୍ଡରେ ମାରି ନିଜ ପେଟ କାଟି ଯେଉଁ ପିଲାମାନଙ୍କୁ ବଡ଼ ମଣିଷ କରିଛନ୍ତି ସେମାନେ ଜୀବନରେ ପ୍ରତିଷ୍ଠିତ ହେଲା ପରେ ଜୀବନର ସାୟାହ୍ନରେ ପହଞ୍ଚିଥିବା ବୃଦ୍ଧ ପିତାମାତାଙ୍କୁ ତିରସ୍କାର ଓ ଲାଞ୍ଚନା ଦେବାକୁ ମଧ୍ୟ ପଛାଉ ନାହାନ୍ତି । କେତେକ କ୍ଷେତ୍ରରେ ବୃଦ୍ଧ ପିତାମାତା ଜରାନିବାସରେ କାଳାତିପାତ କରୁଛନ୍ତି । ସେହି ବରିଷ୍ଠମାନଙ୍କର ମଙ୍ଗଳ, ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଳା ବରିଷ୍ଠ ନାଗରିକ ମହାସଂଘ ତରଫରୁ, ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଗତ ତା୨୧ା୮ା୨୦୨୩ରିଖ ସୋମବାର ଅପରାହ୍ନ ୪ ଘଟିକା ସମୟରେ ଜାନୁଗଞ୍ଜସ୍ଥ ଦିବ୍ୟମ୍‌ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ମହାସଂଘର ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ବିବରଣୀ ପାଠ କରିଥିଲେ । ମହାସଂଘର ଉପଦେଷ୍ଟା ଅଜୟ ନାୟକ, ଡା. ରବୀନ୍ଦ୍ର ନାୟକ, ଡା. ଦୁର୍ଯ୍ୟୋଧନ ଦାସ, ମନିନ୍ଦ୍ର ମହାନ୍ତି, ପଦ୍ମନ ରାୟ, ଡ. ରାଧାରାଣୀ ମହାପାତ୍ର, ଅମର କୁମାର ପାଣିଗ୍ରାହୀ, ଗୟାଧର ପଣ୍ଡା, ସୁଧାକର ରାଉତ, ଶଶୀକାନ୍ତ ପାଢୀ, ବୈଲୋଚନ ବେହୁରିଆ ପ୍ରମୁଖ ବୟୋଜ୍ୟେଷ୍ଠ ନାଗରିକମାନଙ୍କର ସମସ୍ୟା ବାବଦରେ ଆଲୋକପାତ କରିଥିଲେ ।

ମହାସଂଘର କର୍ମକର୍ତ୍ତାମାନେ ଜିଲ୍ଳାପାଳ ମହୋଦୟଙ୍କ ଦୃଷ୍ଟି ଆକର୍ଷଣ କରି ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା, ମୁଖ୍ୟତଃ ସ୍ୱାସ୍ଥ୍ୟ ସମସ୍ୟା, ଡାକ୍ତରଖାନା ମାନଙ୍କରେ ଅବହେଳା, ଥାନା, ବ୍ୟାଙ୍କ, ପୋଷ୍ଟ ଅଫିସ, ତହସିଲ ଓ ବ୍ଲକରେ ଅବହେଳାର ନିରାକରଣ ନିମନ୍ତେ ବାରମ୍ବାର ପତ୍ର ଦ୍ୱାରା ଓ ବାର୍ଷିକ ସମ୍ମିଳନୀ ମାଧ୍ୟମରେ ଅବଗତ କରାଯାଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ବରିଷ୍ଠମାନଙ୍କ ଭାବାବେଗ ପ୍ରତି ସମ୍ମାନ ପ୍ରଦର୍ଶନ କରୁ ନାହାନ୍ତି । ବରିଷ୍ଠ ନାଗରିକମାନଙ୍କର ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ମହୋଦୟଙ୍କୁ ପତ୍ର ଦ୍ୱାରା ମଧ୍ୟ ଅବଗତ କରାଯାଇଛି । ଆଜି ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଳା ପ୍ରଶାସନ ଏ ଦିଗରେ ଜିଲ୍ଲା ମହାସଂଘର କର୍ମକର୍ତ୍ତାଙ୍କ ସହ ବୈଠକ କରି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରାଗଲା । ଆସନ୍ତା ଅକ୍ଟୋବର ୧ ତାରିଖକୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କରିବାକୁ ନିଷ୍ପତି ନିଆଗଲା । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ହୃଦ୍‌ରୋଗ ଓ ସ୍ନାୟୁ ରୋଗ ବିଭାଗ ଖୋଲିବାକୁ ଜିଲ୍ଳାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦକ୍ଷେପ ନେବାକୁ ଅନୁରୋଧ କରାଗଲା । ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଠାରୁ ନୂତନ ଭାବେ ଖୋଲିଥିବା ମାତୃ ମଙ୍ଗଳ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଓ ଶିଶୁ ବିଭାଗ ନିକଯକୁ ଆମ୍ବୁଲାନ୍‌ସର ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅନୁରୋଧ କରାଗଲା । ପୁରୁଣାବଜାର ଥାନା, ଆଦର୍ଶ ସହରାଞ୍ଚଳରେ ବାସ କରୁଥିବା ବରିଷ୍ଠମାନଙ୍କର ସମସ୍ୟା ବାବଦରେ ଏକ ସଚେତନତା ଶିବିର ସେପ୍ଟେମ୍ବରରେ କରାଯିବାକୁ ସ୍ଥିର ହେଲା । ଶେଷରେ ବିଚିତ୍ରାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.