Home ଜିଲ୍ଲା ପରିକ୍ରମା ଧାମରାରୁ ସେଫ ସପ ନାମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଫେରିପାଇବା ଆଶାରେ ଜମାକାରୀ

ଧାମରାରୁ ସେଫ ସପ ନାମରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା, ଫେରିପାଇବା ଆଶାରେ ଜମାକାରୀ

36

ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ଚେନ ସପିଂ ନାମରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ପ୍ରାପ୍ତ ଘଟଣାରୁ ଜଣାଯାଇଛି ସେଫ ସପ ନାମରେ ଏକ ଚିଟ ଫଣ୍ଡ ଖୋଲିବା ସହ ଏହି ଅଂଚଳରେ କରଣପଲ୍ଲୀ ଅଂଚଳରେ ଜଣେ ବ୍ୟକ୍ତି ଏବଂ ତାଙ୍କ ସମ୍ପର୍କୀୟ ଏହି ଚେନ ମାର୍କେଟିଂ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଚେନ ମାର୍କେଟିଂ ନାମରେ ପ୍ରଥମେ ଜମାକାରୀଙ୍କୁ ସଦସ୍ୟ ହେବାକୁ ହେଲେ ୬୦୦ଟଙ୍କା ଜମା କରିବାକୁ ପଡିଥାଏ । ପରେ ବଜାର ଦର ଠାରୁ ବହୁ କମ ଦାମରେ ଯେ କୌଣସି ସାମଗ୍ରୀ ମଗାଇବାକୁ ଜମାକାରୀଙ୍କୁ ବିଭିନ୍ନ ଲୋଭାଶକ୍ତ କାଟାଲଗ ଦେଖାଯାଇ ନିଜ ପସନ୍ଦର ସାମଗ୍ରୀ ଅର୍ଡର କରିବାକୁ କୁହାଯାଏ । ଏହି ଅର୍ଡର କରିବା ପରେ ବଜାର ଦର ଠାରୁ ବହୁ କମ ଦରରେ ଏହି ସାମଗ୍ରୀ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ ବୋଲି କହି ନଗଦ କେସ ମଧ୍ୟ ନିଆଯିବା ସହ ଆଉ କିଛି ସାମଗ୍ରୀ ଡେଲିଭରି ଦିଆଯିବା ସମୟରେ ଡେଲିଭରି ପିଲାକୁ ନଗଦ ଟଙ୍କା ଦେଇ ସାମଗ୍ରୀ ନେବାକୁ ମଧ୍ୟ କୁହାଯାଇ ସମସ୍ତ ସାମଗ୍ରୀ ଅର୍ଡର କରାଯାଇଥାଏ । ପରେ ଠିକ ସାମଗ୍ରୀ ବଦଳରେ ଭୁଲ ସାମଗ୍ରୀ ଆଣି ଗ୍ରାହକଙ୍କୁ ଠକି ଦିଆଯାଇଛି । ଏହି ଭଳି ଅଭିଯୋଗରେ ଏବଂ ଚେନ ମାର୍କେଟିଂରେ ଧାମରା ଅଂଚଳର ଶତାଧିକ ଲୋକଙ୍କୁ ଠକି ଲକ୍ଷାଧିକ ଟଙ୍କା ନେଇ କରଣପଲ୍ଲୀ ଅଂଚଳର ଜଣେ ବ୍ୟକ୍ତି ଚାଲିଯାଇଥିବା ଅଭିଯୋଗ ହୋଇଛି ।

ସଂପୃକ୍ତ ବ୍ୟକ୍ତି ଏହି ଚେନ ମାର୍କେଟିଂ ବ୍ୟବସ୍ଥାରେ ବହୁ ବେକାର ଯୁବକ ଯୁବତୀ ମାନଙ୍କୁ ମନେଇ ସଦସ୍ୟ ଟଙ୍କା ସହ ସାମଗ୍ରୀ ଦେବାର ଲୋଭ ଦେଖାଇ ଏହି ଟଙ୍କା ହଡପ କରି ନେଇ ଥିବା ଜଣାଯାଇଛି । ଏହି ସମସ୍ତ ଜମାକାରୀ ଏହି ଚିଟଫଣ୍ଡ ବାବଦରେ ଧାମରା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ମାତ୍ର ଏହି ଅଭିଯୋଗ ପାଇବା ପରେ ଏହାର ତଦନ୍ତରେ ଶିଥିଳତା ପଡିଯାଇଛି । ଫଳରେ ଶହ ଶହ ଜମାକାରୀ ଆଗାମୀ ଦିନରେ ଏହି ଅଭିଯୋଗକୁ ଭିତି କରି ଭଦ୍ରକ ଜିଲ୍ଲାପାଳ ଙ୍କ ନିକଟରେ ପହଂଚି ବିକ୍ଷୋଭ କରିବେ ବୋଲି ଜଣାଯାଇଛି । କେଉଁ ପରିସ୍ଥିତିରେ ଧାମରା ଅଂଚଳରେ ୩ଟି ଥାନା ଥିବା ସତ୍ୱେ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗାଇଡ ଲାଇନ ନମାନି ଏହି ଚିଟଫଣ୍ଡ ସର୍ବ ସମ୍ମୁଖରେ ସାଧାରଣ ଜନତାଙ୍କୁ ଲୋଭାଶକ୍ତ କରି ଲକ୍ଷାଧିକ ଟଙ୍କା ଲୁଟି ନେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏହି ସମସ୍ତ ଅଭି ଯୋଗକାରୀ ସାମଗ୍ରୀ ପାଇବା ପାଇଁ ସଂପୃକ୍ତ ଦଲାଲକୁ ଲକ୍ଷାଧିକ ଟଙ୍କା କେସ ଦେବା ସହ ଫୋନ ପେ ମାଧ୍ୟମରେ ମଧ୍ୟ ପ୍ରଦାନ କରିଛନ୍ତି । ସେହି ସବୁ ଟଙ୍କା ଦେୟର ପ୍ରମାଣପତ୍ର ସହ ଆଗାମୀ ଦିନରେ ସେମାନେ ଭଦ୍ରକ ଜିଲ୍ଲାପାଳ ତଥା ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ନିଜର ଅଭିଯୋଗ ପତ୍ର ପ୍ରଦାନ କରିବେ ବୋଲି ଜଣାଯାଇଛି ।କେଉଁ ପରିସ୍ଥିତିରେ ଧାମରା ସାମୁଦ୍ରିକ ଥାନାରେ ଅଭିଯୋଗ ହେବା ପରେ ଏହି ତଦନ୍ତର ଶିଥିଳତା ଆସିବା ସହ ସଂପୃକ୍ତ ଦୋଷୀ ଏହି ଅଂଚଳରେ ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଗଲା ନାହିଁ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ବୋଲି ଟଙ୍କା ହରାଇଥିବା ଶଙ୍କରଲାଲ ଜେନା, ଜୟଦେବ ମାଝୀ,ଭଗବତୀ ମଣ୍ଡଳ, ବିକ୍ରମ ମାନ୍ନା,ଦୁର୍ଗାମଣୀ ଗିରି ,ମାଧବ ଚନ୍ଦ୍ର ଗିରି ପ୍ରମୁଖ ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.