Home ଜିଲ୍ଲା ପରିକ୍ରମା କୁଣ୍ଡି ନଈରେ ଭାସି ଜଣେ ମୃତ, ଜଣେ ଗୁରୁତର

କୁଣ୍ଡି ନଈରେ ଭାସି ଜଣେ ମୃତ, ଜଣେ ଗୁରୁତର

18

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି ପଞ୍ଚାୟତ ଗାଜିପୁର ଗ୍ରାମ ନିକଟରେ ଥିବା କୁଣ୍ଡି ନଈରେ ଭାସି ଯାଇ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ, ଶନିବାର ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ତଳଗାଜିପୁର ଗ୍ରାମର ବିଶ୍ୱରଞ୍ଜନ ମହାନ୍ତି (୨୮) ଓ ପାଳିଆବିନ୍ଧା ପଞ୍ଚାୟତ ଅଧୀନ ଜଗନ୍ନାଥସାହି ଗ୍ରାମର ସୌରଜିତ୍ ନାୟକ (୩୫) କୁଣ୍ଡି ନଈରେ ମାଛ ଧରୁଥିଲେ । ମାଛ ଧରିବା ସମୟରେ ନଈର ପ୍ରଖର ସ୍ରୋତରେ ସେମାନେ ଭାସିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ଜାଣିବା ପରେ ନଈରୁ ଗୁରୁତର ଅବସ୍ଥାରେ ସୌରଜିତ୍‌ଙ୍କୁ ଉଦ୍ଧାର କରିଥିଲେ । ମାତ୍ର ବିଶ୍ୱରଞ୍ଜନକୁ ଖୋଜାଖୋଜି କରି ନପାଇବାରୁ ତିହିଡ଼ି ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ôଚ ଖୋଜାଖୋଜି କରି ନପାଇବାରୁ ନିଜ ଉପସ୍ଥିତି ବୁଦ୍ଧି ଖଟାଇ ନଈରେ ଥିବା ଏକ ହ୍ୟୁମ୍‌ପାଇପ୍ ଭିତରେ ବିଶ୍ୱରଂଜନ ପଶିଯାଇ ଅଟକି ରହିଥିବା ଦେଖି ଉଦ୍ଧାର କରି ତୁରନ୍ତ ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ଡାକ୍ତର ବିଶ୍ୱରଂଜନଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଦମକଳ ବାହିନୀ ପକ୍ଷରୁ ଆଗ୍ନିକ ଆଲୋକଦେବ ଗୋସ୍ୱାମୀଙ୍କ ନେତୃତ୍ୱରେ ସାଗର ଟୁଡୁ, ଶରତ ସେଠୀ, ଗଣେଶ ମାଝୀ, ଚିରଂଜୀବ୍ ନାୟକ ଉଦ୍ଧାର କାର୍ଯ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.