Home ଜିଲ୍ଲା ପରିକ୍ରମା ଷୋଳମପୁର ବୌଦ୍ଧବିହାର ସ୍ତୁପ ଖନନ ହେବ, ଇନଟାକ ପକ୍ଷରୁ ଏ.ଏସ.ଆଇ.କୁ ଚିଠି

ଷୋଳମପୁର ବୌଦ୍ଧବିହାର ସ୍ତୁପ ଖନନ ହେବ, ଇନଟାକ ପକ୍ଷରୁ ଏ.ଏସ.ଆଇ.କୁ ଚିଠି

31

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଷୋଳମପୁର ବୌଦ୍ଧବିହାରର ବାସ୍ତବ ସ୍ୱରୂପ ଉନ୍ମୋଚନ ପାଇଁ ଭଦ୍ରକ ଇନଟାକ ପକ୍ଷରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାକୁ ଅନୁରୋଧ କରାଯାଇଛି । ଭଦ୍ରକ ଇନଟାକ ଆବାହକ ତଥା ପୂର୍ବତନ ସୂଚନା ଓ ଲୋକସମ୍ପର୍କ ପ୍ରମୁଖ ସଚିବ ଦିଗମ୍ବର ମହାନ୍ତି ବୌଦ୍ଧବିହାର ‘ମାଉଣ୍ଡ’ର ଖନନ କରିବା ସହ ଐତୀହାସିକ ରାଣୀ ପୁଷ୍କରିଣୀରେ ବୁଡି ରହିଥିବା ବିଶାଳକାୟ ବୌଦ୍ଧ ମୂର୍ତ୍ତି ଉଦ୍ଧାର ପାଇଁ ଅନୁରୋଧ କରିଛନ୍ତି । ବୌଦ୍ଧବିହାର ପୃଷ୍ଠଭୂମି ପତ୍ରରେ ଉଲ୍ଲେଖ କରିବା ସହ ଏହାର ଆକାର, ପ୍ରକାର ଓ ସମ୍ପ୍ରତି ବୈତରଣୀ ନଦୀ ଶଯ୍ୟାରୁ ଉଦ୍ଧାର ହୋଇଥିବା ବହୁବିଧ ବୌଦ୍ଧମୂତ୍ତି, ବୁଦ୍ଧସ୍ତୁପ ସମ୍ପର୍କରେ ସୂଚିତ କରାଯାଇଛି । ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏହି ବୌଦ୍ଧବିହାର ପରିଦର୍ଶନ ଆସି ଏ ସବୁ ଅବଗତ ହୋଇଥିଲେ ବି କୌଣସି ପଦକ୍ଷେପ ଅଦ୍ୟାବଧି ନେଇନଥିବାରୁ ପତ୍ରରେ କ୍ଷୋଭ ପ୍ରକାଶ କରାଯାଇଛି । ବୌଦ୍ଧବିହାର ଉପରେ କ୍ରମଶଃ ଜନବସତି ଗଢି ଉଠୁଥିବାରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ‘ମାଉଣ୍ଡ’ ଖନନ ପାଇଁ ତତ୍ପରତା ପ୍ରକାଶ କରୁ ବୋଲି ପତ୍ରରେ ଅନୁରୋଧ କରାଯାଇଛି । ଏହା ସହ ବୌଦ୍ଧବିହାରର ବିଭବଗୁଡିକୁ ସଂରକ୍ଷଣ କରାଯିବା ଉପରେ ଶ୍ରୀ ମହାନ୍ତି ଗୁରୁତ୍ୱାରୋପ କରି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଅବିଳମ୍ବେ କାର୍ଯ୍ୟାରମ୍ଭ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.