Home ଜିଲ୍ଲା ପରିକ୍ରମା ଆଦିବାସୀ ଦମ୍ପତି ରାମଚନ୍ଦ୍ର ଓ ଗୀତାଙ୍କୁ ସହାୟତା

ଆଦିବାସୀ ଦମ୍ପତି ରାମଚନ୍ଦ୍ର ଓ ଗୀତାଙ୍କୁ ସହାୟତା

33

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳର ଆଦିବାସୀ ଦମ୍ପତି ରାମଚନ୍ଦ୍ର ଓ ଗୀତା ମାଝି ଦାଦନ ଖଟିବାକୁ ଆସି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ବି.ଟି.ପୁର ପଞ୍ଚାୟତସ୍ଥ ତାରିଣୀ ଛକରେ ପଲ୍ଲି ମାରି ରହି ଆସୁଥିଲେ । ସେମାନେ ଦିର୍ଘ ୫୦ବର୍ଷରୁ ଉର୍ଦ୍ଧ ଏଠାରେ ରହି ଆସୁଥିବା ବେଳେ ପରିଣତ ବୟସରେ ଭର୍ତ୍ତାରେ ସିମିତ ରାମଚନ୍ଦ୍ର ଓ ଗୀତାଙ୍କ ଭାଗ୍ୟ ଶିର୍ଷକ ଖବର ପ୍ରକାଶ ପାଇଥିଲା । ଏବେ ଶାରିରୀକ ଅସୁସ୍ଥତା ସହ ସେମାନେ ଦୈନିକ ଖାଇବା ପିନ୍ଧିବା ପାଇଁ ଅର୍ଥ ଯୋଗାଡ କରିବା କଷ୍ଟସାଧ୍ୟ ହୋଇଥିଲା । ଏହି ଖବରପାଇ ଭଦ୍ରକ ଅଞ୍ଚଳର ବିଶିଷ୍ଠ ସମାଜସେବୀ ତଥା ଅବସରପ୍ରାପ୍ତ ପ୍ରଫେସର ଡ.ଭାଗବତ ତ୍ରିପାଠୀ ଆଜି ଆଦିବାସୀ ଦମ୍ପତି ଦ୍ୱୟଙ୍କୁ ଭେଟି ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ସେମାନଙ୍କ ଚିକିତ୍ସା ବାବଦରେ ପଚାରି ବୁଝିଥିଲେ । ଏଥିସହ ସେମାନଙ୍କୁ ପିନ୍ଧାବସ୍ତ୍ର,ଶୁଖିଲା ଖାଦ୍ୟ ଏବଂ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହି ସମୟରେ ସେମାନଙ୍କୁ ସେବା ଶୁଶ୍ରୂଷା କରୁଥିବା ସାମାଜିକ କର୍ମି ସୁଭ୍ରଜ୍ୟୋତି ପଣ୍ଡା,ସିତାରାମ ମାଝି,ସୁରେଶ ପରିଡା ଓ ଗଣମାଧ୍ୟମର ପ୍ରତିନିଧି ଗାୟତ୍ରୀ ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.