Home ଜିଲ୍ଲା ପରିକ୍ରମା ଖାକିରେ କଳଙ୍କ, ମଦ୍ୟପ କନେଷ୍ଟବଳଙ୍କ ଦାଦାଗିରିର ଭିଡିଓ ଭାଇରାଲ

ଖାକିରେ କଳଙ୍କ, ମଦ୍ୟପ କନେଷ୍ଟବଳଙ୍କ ଦାଦାଗିରିର ଭିଡିଓ ଭାଇରାଲ

60

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜଣେ ମଦ୍ୟପ କନେଷ୍ଟବଳଙ୍କ ଦାଦାଗିରିର ଭିଡିଓ ଭାଇରାଲ ହେବା ପରେ ତାହା ଭଦ୍ରକ ଭଳି ଏକ ସମ୍ବେଦନଶୀଳ ଜିଲାରେ ପୁଲିସର ଖାକି ପୋଷାକରେ କଳଙ୍କ ଲଗାଇଛି । ଏହି ଭାଇରାଲ ଭିଡିଓରୁ ଯାହା ଦେଖାଯାଏ ଜିଲାର ସାବରଙ୍ଗ ଥାନାର ବିଶ୍ୱରଂଜନ ଦଳେଇ ନାମକ ଜଣେ କନେଷ୍ଟବଳ ନିଶାସକ୍ତ ଅବସ୍ଥାରେ ଥାନା ପରିସରରେ ଜଣେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବାବେଳେ ଅନ୍ୟ ପୁଲିସ୍ କର୍ମଚାରୀମାନେ ତାଙ୍କୁ ବୁଝାଇବାକୁ ଯାଇ ଆକ୍ରୋଶର ସମ୍ମୁଖୀନ ହେଉଛନ୍ତି । ତେବେ ଶେଷ ମୁହୂର୍ତ୍ତରେ ସେମାନେ ନିଶାଡି କନେଷ୍ଟବଳଙ୍କୁ ଥାନା ଭିତରକୁ ନେବାରେ ସଫଳ ହୋଇଥିଲେ । ଏହି ଘଟଣାକୁ ନେଇ ଯାହା ଜଣାଯାଏ ସଂପୃକ୍ତ କନେଷ୍ଟବଳ ସ୍ଥାନୀୟ ଅଂଚଳର ନରେଶ ମୁଦୁଲି ନାମକ ଜଣେ ସାମ୍ବାଦିକଙ୍କୁ ଗାଳିଗୁଲଜ କରିବା ସହ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ମାମଲା ଥାନାରେ ରୁଜୁ ହୋଇଥିଲା । ତେବେ ଉକ୍ତ ଘଟଣାର ତଦନ୍ତ ସମୟରେ ଏଭଳି ଅଘଟଣ ହୋଇଥିବାକୁ ନେଇ ସଂପୃକ୍ତ ଥାନାଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ ଏଭଳି ନିନ୍ଦନୀୟ ଘଟଣାରେ ଅଭିଯୁକ୍ତ କନେଷ୍ଟବଳଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି । ଅପରପକ୍ଷରେ ସଂପୃକ୍ତ କନେଷ୍ଟବଳଙ୍କ ଆକ୍ରୋଶର ସମ୍ମୁଖୀନ ହୋଇଥିବା ଗଣମାଧ୍ୟମ ପ୍ରତିନିଧି ନରେଶ ମୁଦୁଲି ଥାନାରେ ଦେଇଥିବା ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଦୁଇଦିନ ପୂର୍ବେ କନେଷ୍ଟବଳ ଶ୍ରୀ ମୁଦୁଲି ନିଶାସକ୍ତ ଅବସ୍ଥାରେ ସାବରଙ୍ଗରେ ଏକ ମଦ ଦୋକାନ ସମ୍ମୁଖରେ ହୋ-ହାଲ୍ଲା କରୁଥିଲେ । ଯାହାର ଫଟୋ ଓ ଭିଡିଓ ସେ ସଂଗ୍ରହ କରିବାକୁ ଯାଇ ତାଙ୍କ ଦ୍ୱାରା ଅଶ୍ଳୀଳ ଗାଳିଗୁଲଜ ଶୁଣିବା ସହ ଘରକୁ ଫେରିବା ରାସ୍ତାରେ ଜୀବନରୁ ମାରିଦେବାର ଧମକ ଦେଇଥିଲେ । ଏହି ଘଟଣାରେ ସାମ୍ବାଦିକ ଶ୍ରୀ ମୁଦୁଲି ସଠିକ୍ ନ୍ୟାୟ ନପାଇଲେ ବାଧ୍ୟହୋଇ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏଣୁ ସାବରଙ୍ଗ ଥାନା ପକ୍ଷରୁ ସଂପୃକ୍ତ କନେଷ୍ଟବଳଙ୍କ ବିରୁଦ୍ଧରେ କେଉଁଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.