Home ଜିଲ୍ଲା ପରିକ୍ରମା ଭଦ୍ରକାଳୀ ଡିଭାଇନ୍ ଲାୟନ୍ସ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

ଭଦ୍ରକାଳୀ ଡିଭାଇନ୍ ଲାୟନ୍ସ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

40

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବନ ମହୋତ୍ସବ ପାଳନ ଅବସରରେ ଭଦ୍ରକାଳୀ ଡିଭାଇନ୍ ଲାୟନ୍ସ କ୍ଲବ୍ ପକ୍ଷରୁ ଭଦ୍ରକର ଓଲଙ୍ଗ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସ୍ଥାନୀୟ ସରପଞ୍ଚ ଅକ୍ଷୟ ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଧର ତ୍ରିପାଠୀ ବିଶେଷ ଅତିଥି ଭାବେ ଯୋଗ ଦେଇ ବୃକ୍ଷରୋପଣର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ପରେ ବିଭିନ୍ନ ଫୁଲ ଗଛ ସହ ଆମ୍ବ, ପଣସ, କାଜୁ ଭଳି ଫଳ ବୃକ୍ଷମାନ ରୋପଣ କରାଯାଇଥିଲା । ଏଥିରେ ଲାୟନ୍ସ କ୍ଲବ୍‌ର ସଭାପତି ସତ୍ୟେନ୍ଦୁ ରାୟ ମହାପାତ୍ରଙ୍କ ସହ ଲାୟନ ପର୍ଶୁରାମ ଦ୍ୱିବେଦୀ, ବୈଲୋଚନ ବେହୁରିଆ, ପ୍ରତାପ ନାୟକ, ପ୍ରଭାତ ଧଳ, ରାଜେନ୍ଦ୍ର ପଣ୍ଡା, ଅମର ମହାନ୍ତି ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.