Home ଜିଲ୍ଲା ପରିକ୍ରମା ବିଦଗ୍ଧ ପାଠକ ହିଁ ପୁସ୍ତକର ପ୍ରକୃତ ଉନ୍ମୋଚକ, ଗାଳ୍ପିକ ଡ. ପଦ୍ମକାନ୍ତ ଧଳଙ୍କ ‘ବାଘବେଶ’ ର...

ବିଦଗ୍ଧ ପାଠକ ହିଁ ପୁସ୍ତକର ପ୍ରକୃତ ଉନ୍ମୋଚକ, ଗାଳ୍ପିକ ଡ. ପଦ୍ମକାନ୍ତ ଧଳଙ୍କ ‘ବାଘବେଶ’ ର ଲୋକାର୍ପଣ ଉତ୍ସବ

28

ଭଦ୍ରକ, ୨୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ୱୟଂ ଲେଖକ ହିଁ ଗୋଟେ ପୁରସ୍କାର । ଲେଖକଟିଏ ନିଜକୁ ପୁରସ୍କାରରେ ପରିଣତ କରିପାରିଲେ ତା ପାଇଁ ଅନ୍ୟ କୌଣସି ପୁରସ୍କାର ଲୋଡା ପଡେନା । ଅନ୍ୟପକ୍ଷରେ ଅତିଥିମାନେ ଗୋଟେ ମଞ୍ଚରେ ପୁସ୍ତକର କେବଳ ପ୍ରଚ୍ଛଦପଟ ଉନ୍ମୋଚନ କରନ୍ତି ସିନା ବିଦଗ୍ଧ ପାଠକ ହିଁ ପ୍ରକୃତ ପକ୍ଷେ ପୃଷ୍ଠାଗୁଡିକ ମାଧ୍ୟମରେ ପୁସ୍ତକର ଉନ୍ମୋଚନ କରିଥାନ୍ତି ବୋଲି ଗାଳ୍ପିକ ଡଃ ପଦ୍ମକାନ୍ତ ଧଳଙ୍କ ‘ବାଘବେଶ’ ଗଳ୍ପ ସଂକଳନର ଲୋକାର୍ପଣ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ କଥାଶିଳ୍ପୀ ବିଷ୍ଣୁ ସାହୁ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଭଦ୍ରକ ପୂଜ୍ୟପୂଜା ସଂସଦ ଓ ଟାଇମ୍‌ପାସ୍ ପ୍ରକାଶନୀର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଉତ୍ସବକୁ କବି ସରୋଜ ବଳ ସଂଚାଳନା କରିଥିଲେ । ଉଦ୍‌ଘାଟକ ଭାବେ ବର୍ଷିୟାନ କଥାଶିଳ୍ପୀ ଡକ୍ଟର ଶୈଳେନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ମାନବବାଦୀ ଆଭିମୁଖ୍ୟ ବହନ କରୁଥିବା ସୃଷ୍ଟି ଯଥାର୍ଥରେ ସାର୍ଥକ ସାହିତ୍ୟ ସଂପଦ ପଦବାଚ୍ୟ ବୋଲି କହିôଥଲେ ।

ମୁଖ୍ୟଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଆର୍ଯ୍ୟ ଯଜ୍ଞଦତ୍ତ ଯୋଗଦେଇ ‘ବାଘବେଶ’ ଓଡ଼ିଆ କଥାସାହିତ୍ୟ ଧାରାର ଏକ ପ୍ରତିନିଧି ସ୍ଥାନୀୟ ସୃଷ୍ଟି ବୋଲି ଅଭିହିତ କରିଥିଲେ । ବରେଣ୍ୟ ଅତିଥି ଭାବେ କବି ହୃଦାନନ୍ଦ ପାଣିଗ୍ରାହୀ, ଗାଳ୍ପିକ ପବିତ୍ର କୁମାର ପାଣିଗ୍ରାହୀ ଓ ଅଧ୍ୟାପକ ଡଃ ବିଶ୍ୱରଞ୍ଜନ ଦାସ ଯୋଗଦେଇ ଗଳ୍ପର ପରିବେଶ, ପରିସ୍ଥିତି, ଘଟଣା ଓ ଚରିତ୍ରର ମାନସିକ କ୍ରିୟା-ପ୍ରତିକ୍ରିୟା ଅବତାରଣାରେ ଗାଳ୍ପିକ ପଦ୍ମକାନ୍ତ ବେଶ ଧୁରନ୍ଧର ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପକ ଡଃ ଅଭୟ କୁମାର ଦାସ ‘ବାଘବେଶ’ ଗଳ୍ପଗ୍ରନ୍ଥର ସମୀକ୍ଷା କରିଥିଲେ । ଏହି ଅବସରରେ ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଉଦ୍ଦେଶ୍ୟରେ ଏକ ନିରବ ପ୍ରାର୍ଥନା କରାଯାଇଥିଲା । ଭଦ୍ରକ ପୂଜ୍ୟପୂଜା ସଂସଦ ସଂପାଦକ ରୂପକ ବିହାରୀ ରାୟ ସ୍ୱାଗତ ଭାଷଣ ଓ ଗାଳ୍ପିକ ଡଃ ଅରବିନ୍ଦ ଧଳ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ ଅତିଥିଙ୍କୁ ମଞ୍ଚ ଆହ୍ୱାନ କରିଥିବାବେଳେ କବି କିଶୋର ପାଣିଗ୍ରାହୀ ଓ ପ୍ରୀତିଲତା ପଣ୍ଡା ‘ବାଘବେଶ’ ର ଗଳ୍ପାଂଶ ପଠନ କରିଥିଲେ । କଣ୍ଠଶିଳ୍ପୀ ରୁଦ୍ରମାଧବ ବାରିକ, ଦେବେନ୍ଦ୍ର ପଣ୍ଡା ଓ ସାଥୀମାନଙ୍କ ଦ୍ୱାରା ଲୋକସଂଗୀତ ପରିବେଷଣ କରାଯାଇଥିଲା । କବି ମନୋରମା ରାୟ, ଜାନକୀ ପାଢୀ, ପ୍ରତୀକ୍ଷା ମହାପ୍ରାତ, ଗୀତିକାର ଅରୂପାନନ୍ଦ ନାୟକ, ରାଜେଶ ଦାସ, ସଂଗ୍ରାମ ସାହୁ, କିଶୋର ଲାଢା, ସମୀର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ନାଟ୍ୟଶ୍ରୀ ନିର୍ମଳ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.