Home ଜିଲ୍ଲା ପରିକ୍ରମା ଚନ୍ଦନୀପାଳ ,ଅମରନଗର ଅଂଚଳରେ ଜଳ ନିଷ୍କାସନ ନାଳ ଅବରୋଧକାରୀଙ୍କୁ ଉଚ୍ଛେଦ ନେଇ ତହସିଲଦାରଙ୍କୁ ଦାବିପତ୍ର

ଚନ୍ଦନୀପାଳ ,ଅମରନଗର ଅଂଚଳରେ ଜଳ ନିଷ୍କାସନ ନାଳ ଅବରୋଧକାରୀଙ୍କୁ ଉଚ୍ଛେଦ ନେଇ ତହସିଲଦାରଙ୍କୁ ଦାବିପତ୍ର

36

ଭଦ୍ରକ ୨୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ଚନ୍ଦନୀପାଳ ଠାରେ ଥିବା ନିଷ୍କାସନ ନାଳରୁ ଅବରୋଧ କାରୀଙ୍କୁ ହଟାଇବା ପାଇଁ ଅମର ନଗର ବାସିନ୍ଦା ଆଜି ଏହି ବାବଦରେ ଚାନ୍ଦବାଲି ତହସିଲଦାରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ରାଜସ୍ୱ ଅଧିକାରୀଙ୍କ ଅଧିନରେ ଥିବା ଅମର ନଗର ଏବଂ ରବିନ୍ଦ୍ର ନଗର ଗ୍ରାମର ଥିବା ଜଳ ନିଷ୍କାସନ ନାଳକୁ ବହୁ ଅବରୋଧକାରୀ ଅବରୋଧକରୀ ରଖିଥିବାରୁ ଏହି ୨ଗ୍ରାମରୁ ଅବ୍ୟବହୃତ ଜଳ ଏହି ନିଷ୍କାସନ ନାଳ ଦେଇ ସମୁଦ୍ରରେ ପହଂଚି ପାରୁ ନାହିଁ ଫଳରେ ଟିକିଏ ବର୍ଷାରେ ଏହି ଅଂଚଳ ସଂପୂର୍ଣ ଜଳମଗ୍ନ ହୋଇ ଯାଉଛି । ଆଜି ଭଳି ଦିନରେ ଅମର ନଗର ଏବଂ ରବିନ୍ଦ୍ର ନଗର ବହୁ ବିଦ୍ୟାଳୟର ଏବଂ ଅଙ୍ଗନବାଡିର କୋମଳମତି ଛୁଆ ମାନେ ଶିକ୍ଷାଦାନ ପାଇଁ ନ ଯାଇ ପାରି ଘରେ ବସି ରହିବା ସହ ଏହି ଅଂଚଳର ସାଧାରଣ ଜନତା ମଧ୍ୟ ରାସ୍ତା ଘାଟରେ ଯାତାୟତ କରି ପାରୁୁ ନାହାନ୍ତି ।

ଖାତା ନଂ-୧୨୧ ଓ ପ୍ଲଟ ନଂ ୩୧୭,୧୮୮,୨୧୦ ଏବଂ ୩୧୫ ଦେଇ ଯାଇଥିବା ନୟନଜୋରୀ କୁ ଜୋର ଜବରଦସ୍ତ ନିଜ କବଜାକୁ ନେଇ ଦଖଲ କରି ଆସୁଛନ୍ତି । ଏମିତିକି ବର୍ଷା ଦିନରେ ଅମର ନଗର ଓ ରବିନ୍ଦ୍ର ନଗରର ସାଧାରଣ ଜନତା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଘରୁ ମଧ୍ୟ ବାହାରିବା ସମ୍ଭବ ହୋଇ ପାରୁନାହିଁ । ଏହି ପାଣି ଜମି ରହିବା ‘ଳରେ ବହୁ ସମୟରେ ମହାମାରୀ ରୋଗରେ ସମସ୍ତ ଶିଶୁ ଏବଂ ଜନସାଧାରଣ ଆକ୍ରାନ୍ତ ହେଉଥିବା ଦୃଷ୍ଟାନ୍ତ ମଧ୍ୟ ଅଛି । ତୁରନ୍ତ ଏହି ନୟନଜୋରୀକୁ ଜବରଦଖଲ କାରୀଙ୍କ କବଳରୁ ହଟାଇବା ପାଇଂ ଶତାଧିକା ମହିଳା ଏବଂ ପୁରୁଷ ଆସି ଚାନ୍ଦବାଲି ତହସିଲଦାରଙ୍କୁ ଭେଟି ରାଜ୍ୟ ମୁଖ୍ୟମନ୍ତ୍ରୀ, ୫ଟି ଶଚିବ, ମୁଖ୍ୟ ଶାସନ ଶଚିବ ଏବଂ ଭଦ୍ରକ ଜିଲ୍ଲାପାଳ ଙ୍କ ଉଦ୍ୱେଶରେ ଏକ ଦାବୀପତ୍ର ପ୍ରଦାନ କରିବା ସହ ତୁରନ୍ତ ଅବରୋଧକାରୀ ମାନଙ୍କୁ ନୟନଜୋରୀ ଏବଂ ସରକାରୀ ଜମି ରୁ ହଟାଇବାକୁ ଅନୁରୋଧ କରିଛନ୍ତି । ଆଗାମୀ ୧୫ ଦିନ ମଧ୍ୟରେ ଏହି ଜବରଦଖଲ କାରୀଙ୍କୁ ହଟା ନଗଲେ ଅମରନଗର ଗ୍ରାମବାସୀ ଆଇନକୁ ହାତକୁ ନେବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଆଜି ଏହି ଦାବୀପତ୍ର ପ୍ରଦାନ ସମୟରେ ନାରାୟଣ ଚନ୍ଦ୍ର ମହତା, ବାବାଜୀ ଦାସ, ଅନିଲ କୁମାର ଦାସ, ବିମଲ ପାତ୍ର, ସୁଶାନ୍ତ ଗିରି, ଭବେଶ ସିଂ ଙ୍କ ସମେତ ଶତାଧିକ ମହିଳା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.