Home ଜିଲ୍ଲା ପରିକ୍ରମା ମିଳିତ ଜନ ଶୁଣାଣି ଓ ମହା ସମାଧାନ ଶିବିର

ମିଳିତ ଜନ ଶୁଣାଣି ଓ ମହା ସମାଧାନ ଶିବିର

26

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଏକ ମିଳିତ ଜନ ଶୁଣାଣି ଓ ମହା ସମାଧାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଶିବିରରେ ଉପଜିଲାପାଳ ମନୋଜ କୁମାର ପାତ୍ର, ବିଡିଓ ଜ୍ୟୋତିର୍ମୟ କର, ତହସିଲଦାର ପ୍ରତୀକ କୁମାର ସାହୁ ଓ ଚାନ୍ଦବାଲି ଏସଡିପିଓ ଦେବୀଶଙ୍କର ପ୍ରତାପ ପ୍ରମୁଖ ଯୋଗ ଦେଇ ୨୮ଟି ଅଭିଯୋଗର ଶୁଣାଣି କରିଥିଲେ । ଶିବିରରେ ପ୍ରଧାନମନ୍ତ୍ରୀ ଆବାସ, ଭତ୍ତା, ସାଳନ୍ଦୀ ନାଳିଆ ସଂସ୍କାର, ରାଶନ କାର୍ଡ଼, ମନରେଗା ଯୋଜନା ଉପରେ ହୋଇଥିବା ଅଭିଯୋଗର ଶୁଣାଣି କରିଥିଲେ । ଏହି ଶିବିରରେ ଅତିରିକ୍ତ ଯୋଗାଣ ଅଧିକାରୀ ଚନ୍ଦ୍ରଶେଖର ପାତ୍ର, ସିଡିଭିଓ ହୃଷିକେଶ ବେହେରା, ଜିଲା ନିଯୁକ୍ତି ଅଧିକାରୀ ଅନୀତା ନାୟକ, ଡିପିଓ ବଂଶୀଧର ସିଂ, ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା, ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଏସଡିଓ ବଳଭଦ୍ର ମାରାଣ୍ଡି, ଜିଲା ପ୍ରକଳ୍ପ ଅଧିକାରୀ ଚନ୍ଦ୍ରା ସାହୁ, ପ୍ରାଣୀ ଚିକିତ୍ସାଧିକାରୀ ନିରାକାର ଜେନା, ସହକାରୀ ଯନ୍ତ୍ରୀ ସୁକାନ୍ତ ମିଶ୍ର ଓ ଟିକଚାନ୍ଦ କାଲୋ, କନିଷ୍ଠ ଯନ୍ତ୍ରୀ ସମୀର ରଂଜନ ରାଉତ, ଭରତ ବିଶ୍ୱାଳ, ଅଲେଖ ତିର୍କୀ, ସମୀର ମାନ୍ନା, ଭୀଷ୍ମଦେବ ଶତପଥି, ଜଳ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ମାନସୀ ମହାପାତ୍ର, ବ୍ଲକ କୃଷି ଅଧିକାରୀ ରଘୁନାଥ ପତି, ଉଦ୍ୟାନ ଅଧିକାରୀ ନିହାରିକା ନାୟକ, ମିଶନଶକ୍ତି ସଂଯୋଜକ ଶ୍ରୀକାନ୍ତ ଜେନା, ବ୍ଲକ ଯୋଗାଣ ନିରୀକ୍ଷକ ଅଜୟ କୁମାର ଦାସ, ସିଡିପିଓ ସଂଗୀତା ସିଂ, ଏଏସଆଇ ଦିଲୀପ କୁମାର ଦେହୁରୀ ଓ ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏ ବିଡିଓ ମାନସ କୁମାର ଜେନା, ସାମାଜିକ ସୁରକ୍ଷା ଅଧିକାରୀ ନିହାର ରଂଜନ ରାଉତ, ଏନଆରଇଜିଏସ ସହକାରୀ ସୁଧାଂଶୁ ନାୟକ, ଜୀବିକା ମିଶନ ବିଏଲଓ ସ୍ନିଗ୍ଧା ନାୟକ ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.