ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ଏକ ନୂତନ ସେବା ସମବାୟ ସମିତି ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେହି ବିଜ୍ଞପ୍ତି ଅନୁଯାୟୀ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଖଦାଳପୋଖରୀ ଗ୍ରାମପଞ୍ଚାୟତର ସାଧାରଣ ଚାଷୀ ଓ ଭାଗଚାଷୀମାନେ ମିଳିତ ଭାବେ ଗତ ୨୮ ଅପ୍ରେଲ ରେ ଅନଲାଇନ୍ରେ ଆବେଦନ ପତ୍ର ଦାଖଲ କରି ଏକନଲେଜମେଣ୍ଟ ରସିଦ୍ ପାଇଥିଲେ । ଆଜି ସକାଳ ୧୧ ଘଟିକା ସମୟରେ ଭଦ୍ରକ ଏଆରସିଏସ୍ ଭେରିଫିକେଶନ କରିବା ପାଇଁ ଖଦାଳପୋଖରୀ ପଞ୍ଚାୟତବାସୀଙ୍କୁ ଡାକିଥିଲେ । ଆଜି ସକାଳେ ଖଦାଳପୋଖରୀ ପଞ୍ଚାୟତବାସୀ ଏଆରସିଏସ୍ଙ୍କ କାର୍ଯ୍ୟାଳୟରେ ପହଞ୍ôଚ ଭେରିଫିକେଶନ କରିବା ପାଇଁ ଏଆରସିଏସ୍ଙ୍କୁ କହିବା ପରେ ଚାନ୍ଦବାଲି ବିଧାୟକ ମୋତେ କହିଲେ ମୁଁ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବେ ବୋଲି ଏଆରସିଏସ୍ କହିଥିଲେ । ଖଦାଳପୋଖରୀ ପଞ୍ଚାୟତବାସୀ ବିଧାୟକଙ୍କୁ ବାରମ୍ବାର ଫୋନ୍ କରିଥିଲେ ହେଁ ବିଧାୟକ ଫୋନ୍ ଉଠାଇନଥିଲେ । ବାଧ୍ୟହୋଇ ପଞ୍ଚାୟତବାସୀ ଏଆରସିଏସ୍ଙ୍କ କାର୍ଯ୍ୟାଳୟ ଭିତରେ ଧାରଣାରେ ବସିଥିଲେ । ଏଆରସିଏସ୍ ଔଷଧ ଖାଇବା ବାହାନାରେ ଅପକୌଶଳ କରି ଖସି ପଳାଇଥିଲେ । ଏଆରସିଏସ୍ଙ୍କ ଏହି ଚଂଚକତା ବିରୁଦ୍ଧରେ ପଞ୍ଚାୟତବାସୀ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଥିଲେ । ଉପଜିଲ୍ଲାପାଳ ଦାବି ସଂପର୍କରେ ଅନୁସନ୍ଧାନ କରି ପଞ୍ଚାୟତବାସୀଙ୍ୁ ନ୍ୟାୟ ଦେବେ ବୋଲି କହିଥିଲେ । ଏହି ଧାରଣାରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ଯୁବ ଚାଷୀ ନେତା ପ୍ରକାଶ ବିଶ୍ୱାଳ, ଚାଷୀ ବିଶ୍ୱଜିତ୍ ନାୟକ, ପ୍ରଶାନ୍ତ ବାରିକ, ସୁଦର୍ଶନ ବାରିକ, ସୁବଳ ବାରିକ, ଦୀପକ ଦାସ, ବାବୁ ଦାସ, ପରୀକ୍ଷିତ ବାରିକ, ମାନସ ବାରିକ, ବଂଶୀଧର ବାରିକ, ଆଇନ୍ଜୀବୀ ଗିରିଧାରୀ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।
Home ଜିଲ୍ଲା ପରିକ୍ରମା ଖଦାଳପୋଖରୀ ଗ୍ରାମପଞ୍ଚାୟତରେ ନୂତନ ସେବା ସମବାୟ ସମିତି ଖୋଲିବା ନେଇ ଭଦ୍ରକ ଏଆରସିଏସ୍ଙ୍କ ଚଞ୍ଚକତା ପ୍ରତିବାଦରେ...