Home ଜିଲ୍ଲା ପରିକ୍ରମା ବିଳମ୍ବିତ ରାତିରେ ଆରଡି ମେଡିକାଲରୁ ବଡ ଧରଣର ଚୋରି , ଲୁଟିନେଲେ ଏସି, କମ୍ପ୍ୟୁଟର ସମେତ...

ବିଳମ୍ବିତ ରାତିରେ ଆରଡି ମେଡିକାଲରୁ ବଡ ଧରଣର ଚୋରି , ଲୁଟିନେଲେ ଏସି, କମ୍ପ୍ୟୁଟର ସମେତ ଲକ୍ଷାଧିକ ଟଙ୍କାର ସାମଗ୍ରୀ

27

ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ବିମ୍ବଳିତ ରାତିରେ ଆରଡି ମେଡିକାଲରେ ବଡଧରଣର ଚୋରି ହୋଇଥିବା ଆଜି ସକାଳେ ମେଡିକାଲର କିଛି ଷ୍ଟାଫ ଜାଣିବା ପରେ ଆରଡି ଫାଣ୍ଡିରେ ଅଭିଯୋଗ କରିଥିଲେ । ଲୁଟେରାମାନେ ମେଡିକାଲରେ ଥିବା ଗୋଟିଏ ଏସି ସହ ୨ଟି କମ୍ପ୍ୟୁଟର, ପ୍ରିଣ୍ଟର ମେସିନ୍‌, ଗ୍ୟାସ୍ ମେସିନ୍ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଥିବା ମେଡିକାଲ ଅଫିସର ତୃଙ୍ଗ ତୃସ୍ନା ମହାନ୍ତି କହିଛନ୍ତି । ମେଡିକାଲର ସମୟ ନିର୍ଘଣ୍ଟ ବାହାରେ ମେଡିକାଲରେ କିଛି କାର୍ଯ୍ୟରତ ଷ୍ଟାଫ ବିଳମ୍ବିତ ରାତିରେ ଖୋଲାକରି ରହିବା ଯୋଗୁଁ ବାରମ୍ବାର ଚୋରି ହେଉଥିବା କହିଛନ୍ତି ଶ୍ରୀମତୀ ମହାନ୍ତି । ଅନ୍ୟପଟେ ପୂର୍ବରୁ ୨ ଥର ଚୋରି ହୋଇଥିବା ଭଦ୍ରକ ସିଡିଏମ୍‌ଙ୍କୁ ଜଣାଇଥିବା କହିଛନ୍ତି ମେଡିକାଲ ଅଫିସର । ଏବେ ମେଡିକାଲର ସଂପ୍ରସାରଣ ନିମନ୍ତେ କଷ୍ଟ୍ରକସନ କାର୍ଯ୍ୟ ଚାଲୁଥିବାରୁ ଏହାର ସୁଯୋଗ ନେଇ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଞ୍ଚଳ ଲୋକ ।

ଉକ୍ତ ମେଡିକାଲ କୋଠରୀରେ ଦୀର୍ଘ ୩ ଦିନ ହେବ କାର୍ଯ୍ୟରତ ଠିକାଦାର ରାତ୍ରୀଯାପନ କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ମେଡିକାଲର ଫାର୍ମାସିଷ୍ଟ ଓ ୧୦୨ ର ଆମ୍ବୁଲାନ୍ସ ଡ୍ରାଇଭର ଅନ୍ୟ ଏକ ବିଲ୍‌ଡିଂରେ ଆଶ୍ରୟ ନେବା କହି ସେଠାରୁ ବିଦା କରିଦେଇଥିବା କହିଛନ୍ତି କାର୍ଯ୍ୟରତ ଠିକାଦାର । ଆଜି ସକାଳେ କିଛି ଷ୍ଟାଫ ଓ ନର୍ସ ଆସି ଦେଖନ୍ତି ତ ମେଡିକାଲରେ ମୁଖ୍ୟ ଫାଟକ ସହ ଅନ୍ୟ କୋଠରୀ ଖୋଲାମେଲା ହୋଇ ରହିଛି । ଏପରିକି ଔଷଧ ବିତରଣ କୋଠରୀ ଠାରୁ ଆରମ୍ଭ କରି କମ୍ପ୍ୟୁଟର ଗୃହରେ ତାଲା ନଥିବାବେଳେ କୌଣସି ସାମଗ୍ରୀ ନଥିବା ଦେଖିବାକୁ ମିଳିଥିଲା । ଏପରି ସନ୍ଦେହରେ ମେଡିକାଲର ସମସ୍ତ ଚାବି ରଖିଥିବା ଫାର୍ମାସିଷ୍ଟଙ୍କ ସହ ୧୦୨ ଆମ୍ବୁଲାନ୍ସର ଡ୍ରାଇଭରଙ୍କର ମୋବାଇଲ୍‌କୁ ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର ମଲ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି । ତାହା ସହ ଚକମାନଙ୍କରେ ଥିବା ସମସ୍ତ ସିସିଟିଭି ଫୁଟେଜକୁ ତନତନ କରି ଯାଞ୍ଚ କରୁଥିବା କହିଛନ୍ତି ଫାଣ୍ଡି ଅଧିକାରୀ ଶ୍ରୀ ମଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.