Home ଜିଲ୍ଲା ପରିକ୍ରମା ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ

ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ

36

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଏକ ସରକାରୀ ମେଡ଼ିକାଲ ଓ ହସ୍‌ପିଟାଲ ପ୍ରତିଷ୍ଠା ଦାବି କରି ଏକ ଦାବିପତ୍ର ଭଦ୍ରକ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଆଜି କ୍ରିୟାନୁଷ୍ଠାନ କମିଟିର ସଭାପତି ଡାକ୍ତର ହରେକୃଷ୍ଣ ନାୟକ, ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସୁଧାକର ରାଉତ, କାର୍ଯ୍ୟକାରୀ କମିଟି ସଦସ୍ୟ ଡ. ରାଧାରାଣୀ ମହାପାତ୍ର, ଗୀତାରାଣୀ ଆଇଚ, ଅମର ପାଣିଗ୍ରାହୀ, ଡା. ପ୍ରଦୀପ କୁମାର ନାୟକ, କୈଳାସ ମହାପାତ୍ର, ବସନ୍ତ ମହାନ୍ତି, ସନ୍ତୋଷ ଦାସ, ବିଚିତ୍ରାନନ୍ଦ ମହାନ୍ତି, ଇନ୍ଦ୍ରମଣି ପଣ୍ଡା, ବୈଲୋଚନ ବେହୁରିଆ, ତପନ ମିଶ୍ର, ବାଦଲ କିଶୋର ମହାପାତ୍ର, ରମେଶ ଦାସ, ପରମାନନ୍ଦ ସାହୁ, ଇଂ ମହେଶ ଦାସ, ଶଶାଙ୍କ ମିଶ୍ର, ଗୌରାଙ୍ଗ ବାରିକ, ସୁଶ୍ରୀ ସ୍ନେହଲତା ବେହେରା, ବିପ୍ଳବ ହୋତା ପ୍ରମୁଖ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ମେଡ଼ିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିବା ସହିତ ଦାବିପତ୍ର ପ୍ରଦାନ କରିଥିଲେ । ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ପଡ଼ୋଶୀ ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡ଼ା, ଯାଜପୁର ଜିଲ୍ଳାର ବହୁ ଅଳ ନିର୍ଭର କରନ୍ତି । ଏହି ଜିଲ୍ଳାର ସଦର ମହକୁମା ଜାତୀୟ ରାଜପଥ ସଂଲଗ୍ନ । ଏଠରେ ମେଡ଼ିକାଲ କଲେଜ ସ୍ଥାପନ ନିମନ୍ତେ ସବୁ ପ୍ରକାର ଭିତ୍ତିଭୂମି ରହିଥିଲେ ମଧ୍ୟ ସରକାର ଭଦ୍ରକ ଜିଲ୍ଳାବାସୀଙ୍କୁ ଅଣଦେଖା କରୁଛନ୍ତି । ଜିଲ୍ଲାର ନ୍ୟାଯ୍ୟ ଦାବିକୁ ମୁଖ୍ୟମନ୍ତ୍ରୀ ସହୃଦୟତାର ସହିତ ବିଚାର କରି ତୁରନ୍ତ ମେଡ଼ିକାଲ କଲେଜ ପ୍ରତିଷ୍ଠ।। ନିମନ୍ତେ ଘୋଷଣା କରିବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.