Home କଟକ ଗିରଫ ହେଲା ଠକ ହସ୍ପିଟାଲ ମାଲିକ : ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା

ଗିରଫ ହେଲା ଠକ ହସ୍ପିଟାଲ ମାଲିକ : ସରକାରୀ ଜାଗାରେ ଥିବା ଘର ଭାଙ୍ଗିଲା

102

କଟକ ୧୭/୧ (ଓଡ଼ିଆ ପୁଅ /ଅଭୟ ଜେନା) ବିଏସକେୱାଇ କାର୍ଡ ରିନୁଆଲ ବାହାନାରେ ଟଙ୍କା ଠକିବା ଅଭିଯୋଗରେ କଟକ କମିଶନରେଟ ପୋଲିସ ହସ୍ପିଟାଲ ମାଲିକ ବିନୟ ସନ୍ତୁକାଙ୍କୁ ଗିରଫ କରିଛନ୍ତି। ଏବେ ପୋଲିସ ଓ ମହାନଗର ନିଗମ ଉପସ୍ଥିତିରେ ସେମାନେ ସରକାରୀ ଜାଗାରେ କରିଥିବା ହସ୍ପିଟାଲର କିଛି ଅଂଶ କୁ ଆଜି ଉଚ୍ଛେଦ କରାଯାଇଛି। ତେବେ ଏନେଇ ଗିରଫ ବିନୟ ସନ୍ତୁକାଙ୍କ ସ୍ତ୍ରୀ ରାଜଶ୍ରୀ ମହାପାତ୍ର କହିଛନ୍ତି, ଯଦି ଆମେ ଜବରଦଖଲ କରିଛୁ, ତେବେ ଏତେ ବର୍ଷ ହେଲା କିମ୍ବା ଆଗରୁ କାହିଁକି ଭଙ୍ଗା ଯାଉ ନ ଥିଲା ଓ ଆଜି କାହିଁକି ଏମିତି ହେଉଛି। ଏହା ପଛରେ କିଛି ଚକ୍ରାନ୍ତ ଥାଇପାରେ ବୋଲି ସେ ଅନୁମାନ କରୁଛନ୍ତି ବୋଲି କହିଛନ୍ତି। ସେହିପରି କଟକ ମହାନଗର ନିଗମ ଡେପୁଟି କମିଶନର କହିଛନ୍ତିଯେ, ସରକାରୀ ଜାଗା ଜବରଦଖଲକାରୀଙ୍କୁ ଯେ କୌଣସି ସମୟରେ ଉଚ୍ଛେଦ କରିବାର ବ୍ୟବସ୍ଥାରହିଥିବାରୁ ଆମେ ତାହା କାର୍ଯ୍ୟକାରୀ କରିଛୁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.