ନବରଙ୍ଗପୁର: ୩୦/୧୨ (ଓଡ଼ିଆ ପୁଅ) ଆର୍ଥିକ ସାକ୍ଷରତା ଉପରେ ସଚେତନତା ଶିବିର ନବରଙ୍ଗପୁର ଜିଲ୍ଲାର ପ୍ରତିଟି ଗ୍ରାମରେ ଷ୍ଟେଟ ବ୍ୟାଙ୍କ ଏବଂ ଧାନଫାଉଣ୍ଡେସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଆସୁଛି। ଆଜି ଏହି ସଚେତନତା ଶିବିର ନବରଙ୍ଗପୁର ମହାବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ ଗୃହ ଠାରେ କାଲେଜ ଛାତ୍ର ଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ କଲେଜ ଛାତ୍ରୀମାନେ ଫୁଲତୋଡ଼ା ଦେଇ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ଆରବିଆଇର ଜେନେରାଲ ମେନେଜର ଦେବି ପ୍ରସାଦ ପଣ୍ଡା, ବିନୋଦ କୁମାର ଦାସ, ଏଲଡିଓ, ସୁନୀଲ କୁମାର ଜାମୁଡା ଏଲ ଡି ଏମ, ନୀଳାଚଳ ସାହୁ ଲିଡ଼ବ୍ୟାଙ୍କ ଆସିସଷ୍ଟାଣ୍ଟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିବା ସହ, ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ। ଜେନେରାଲ ମେନେଜର ଶ୍ରୀ ପଣ୍ଡା ଏବଂ ଏଲଡିଓ ଶ୍ରୀ ଦାସ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ପ୍ରୋଜେକଟର ମାଧ୍ୟମରେ ସମସ୍ତ ବିଷୟରେ ସଚେତନତା କରେଇଥିଲେ। ଯଥା ଡିଜିଟାଲ ବ୍ୟାଙ୍କିଙ୍ଗ, ନିଜର ସମ୍ପତି ଏବଂ ଋଣ ମଧ୍ୟରେ ସମନ୍ୱୟ ରକ୍ଷାକରି କିପରି ପରିଚାଳନା କରିପାରିବେ। ଆର୍ଥିକ ଆନ୍ତର୍ଭୁକ୍ତି କରଣ, ଫ୍ରଡ଼ କଲ ଯାହାକି ଫୋନରେ କଲ ମାଧ୍ୟମରେ ହେଉଥିବା ଠକେଇରୁ କିପରି ବଞ୍ଚିତ ରହିପାରିବେ। ଗ୍ରାହକ ଭାରତୀୟ ରିଜର୍ଭ ବ୍ୟାଙ୍କ ଲୋକପାଳଙ୍କୁ କିପରି ଅଭିଯୋଗ ଦାଖଲ କରିପାରିବେ। ଅଭିଯୋଗ କରିବାର ସହଜ ଉପାୟ ହେଲା ଆରବିଆଇ ପୋର୍ଟାଲ, ପତ୍ର କିମ୍ବା ଇ-ମେଲ ମାଧ୍ୟମରେ ଅଭିଯୋଗ କରିପାରିବେ। ଅଧିକ ଜାଣିବା ପାଇଁ ଆରବିଆଇ ଟୋଲ ଫ୍ରି ନଂ ୧୪୪୪୮ ରେ ବ୍ୟାଙ୍କ କାର୍ଯ୍ୟ ସମୟରେ ଯୋଗାଯୋଗ କରିହେବ ଏବଂ ଆରବିଆଇ ର ଉଦ୍ଦେଶ୍ୟ ସମ୍ପର୍କରେ ସାମ୍ୟକ ଧାରଣା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରିନସିପାଲ ବି. ଏନ. ବିଶ୍ୱାଳ, ଏଫଏଲସି କୋଡିନେଟର ଚନ୍ଦ୍ରଶେଖର ପଟ୍ଟନାୟକ, ଧାନଫାଉଣ୍ଡେସନ ଜୋନାଲ କୋଡିନେଟର କୁଆଁର ପୂର୍ତ୍ତି, ଧାନଫାଉଣ୍ଡେସନ କୋଡିନେଟର ପଙ୍କଜ ଚନ୍ଦ୍ର ନାୟକ, ରଞ୍ଜନା ପାଢୀ, ସୁଶିଲା ଗଣ୍ଡ, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କାଲେଜ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ।