Home ଓଡ଼ିଶା ସାଂସଦ ଅପରାଜିତାଙ୍କ ଜନ ସଂପର୍କ ପଦଯାତ୍ରା ..

ସାଂସଦ ଅପରାଜିତାଙ୍କ ଜନ ସଂପର୍କ ପଦଯାତ୍ରା ..

33

ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଖୋର୍ଦ୍ଧା ଜିଲ୍ଲା ୧୨ ନମ୍ବର ଜୋନ୍ ନିରାକାରପୁର ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରା କରିଛନ୍ତି। ନିରାକାରପୁର ଗଣେଶ ପଡ଼ିଆ ନିକଟରେ ପହଞ୍ଚିବା ପରେ ସାଂସଦଙ୍କୁ ସ୍ଥାନୀୟ କାର୍ଯ୍ୟକର୍ତ୍ତା ମାନେ ଏକ ବିଶାଳ ପଦଯାତ୍ରାରେ ରାମ ଦୟା ପରିଷଦ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଏହାପରେ ଜୋନ୍ ସ୍ତରର ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଏକ ବୈଠକରେ ଯୋଗ ଦେଇଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହି କାର୍ଯ୍ୟକ୍ରମରେ ଆମ ପରିବାର ରାଜ୍ୟ ଆବାହକ ନିକୁଞ୍ଜ କିଶୋର ପଟ୍ଟନାୟକ ଏବଂ ବିଜେପି ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ରଙ୍କ ସମେତ ସାଂସଦଙ୍କ ବ୍ଲକ୍ ପ୍ରତିନିଧି ହେମନ୍ତ ବେହେରା, ବିଦ୍ୟୁତ କାଣ୍ଡି, ସମାଜସେବୀ ପ୍ରସାଦ କୁମାର ଦାସ, ଯୁବ ନେତା ଚିତ୍ତ ରଞ୍ଜନ ତ୍ରିପାଠୀ, ମନ୍ମଥ ରଞ୍ଜନ ବେହେରା ଏବଂ ଅଜୟ କୁମାର ବେହେରା ପ୍ରମୂଖ ଅଂଶ ଗ୍ରହଣ କରିଥିଲେ।
-/Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.