Home Top News ଡେମୋଗ୍ରାଫିକ ଡିଭାଇଡେଣ୍ଡର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେବ- ଧର୍ମେନ୍ଦ୍ର...

ଡେମୋଗ୍ରାଫିକ ଡିଭାଇଡେଣ୍ଡର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେବ- ଧର୍ମେନ୍ଦ୍ର ପ୍ରଧାନ

32

– ଆଇଆଇଟି ଦିଲ୍ଲୀରେ ଏନସିଆରଏଫର ଖସଡା ଉପରେ ‘ଷ୍ଟେକହୋଲଡର ପରାମର୍ଶ’ ଆଲୋଚନାରେ ଅଂଶଗ୍ରହଣ କଲେ କେନ୍ଦ୍ରମନ୍ତ୍ରୀ
– ସିଆଇଆଇର ‘ଜାତୀୟ ପରିଷଦ ବୈଠକ’ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
– ଜାତୀୟ ଶିକ୍ଷା ନୀତି ପ୍ରଧାନମନ୍ତ୍ରୀଙ୍କ ‘ନୂଆ ଭାରତ’ କଳ୍ପନାକୁ ଅଗ୍ରଗାମୀ କରାଇବ
– ଏନସିଆରଏଫ ଜ୍ଞାନ, କୌଶଳ ଓ ରୋଜଗାର ମଧ୍ୟରେ ଥିବା ପ୍ରତିବଦ୍ଧକକୁ ଦୂର କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, ନଭେମ୍ବର ୨୧ (ଓଡ଼ିଆ ପୁଅ) – ଡେମୋଗ୍ରାଫିକ ଡିଭାଇଡେଣ୍ଡର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବାକୁ ହେବ। ସବୁପ୍ରକାର ପରମ୍ପରାଗତ, ଅଣପରମ୍ପରାଗତ ଏବଂ ଅଭିଜ୍ଞତା ଆଧାରିତ ଜ୍ଞାନ ଭଣ୍ଡାରର ଚିହ୍ନଟ, ମୂଲ୍ୟାଙ୍କନ ଏବଂ ଔପଚାରିକ ଭାବେ ଏହି ଲକ୍ଷ୍ୟ ହାସଲ କରାଯାଇପାରିବ। ସୋମବାର ଆଇଆଇଟି ଦିଲ୍ଲୀ ଠାରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ(ଏନସିଆରଏଫ)ର ଖସଡା ଉପରେ ‘ଷ୍ଟେକହୋଲଡର ପରାମର୍ଶ’ର କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଉଦବୋଧନ ଦେଇଛନ୍ତି ଯେ ଜ୍ଞାନ, କୌଶଳ ଓ ରୋଜଗାର ମଧ୍ୟରେ ଥିବା ପ୍ରତିବଦ୍ଧକକୁ ଦୂର କରିବା ପାଇଁ ଜାତୀୟ ଶିକ୍ଷା ନୀତିର କ୍ରେଡିଟ୍ ଫ୍ରେମଓ୍ୱାର୍କ ଏକ ବିଶ୍ୱସ୍ତରୀୟ କଳ୍ପନା। ଏନସିଆରଏଫ ଆମକୁ ଜ୍ଞାନ ଏବଂ କୌଶଳର ବିଭିନ୍ନ ଦିଗକୁ ଚିହ୍ନଟ କରିବା ପାଇଁ ସୁଯୋଗ ପ୍ରଦାନ କରିବ। ଜୀବନବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ନୂଆ ସମ୍ଭାବନା ତିଆରି କରିବ। ଏନସିଆରଏଫ ମୁଣ୍ଡ ପିଛା ଉତ୍ପାଦନ ବୃଦ୍ଧି କରିବ, ସମସ୍ତଙ୍କୁ ସଶକ୍ତ କରିବ ଏବଂ ଏହି ଶତାବ୍ଦୀର ନେତୃତ୍ୱ ନେବା ଦିଗରେ ଭାରତ ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେହିପରି ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଆୟୋଜିତ ‘ଜାତୀୟ ପରିଷଦ ବୈଠକ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ନୂଆ ଭାରତ’ର କଳ୍ପନାକୁ ଆଗେଇ ନେବା ପାଇଁ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ‘ନୂଆ ଭାରତ ନିର୍ମାଣ’ ଶୀର୍ଷକ ଆଲୋଚନାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିଳ୍ପସମୂହ, ଶିକ୍ଷାବିତ ଏବଂ ନୀତି ନିର୍ଦ୍ଧାରକମାନେ ଏକବିଂଶ ଶତାବ୍ଦୀର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ସହ ଆର୍ଥିକ ଅଭିବୃଦ୍ଧି ଓ ସାମାଜିକ କଲ୍ୟାଣ ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ହେବ। ଶିଳ୍ପ ସମୂହର ସହଯୋଗରେ ହିଁ ଭାରତର ଯୁବବର୍ଗଙ୍କୁ ଶିକ୍ଷା ଏବଂ କୌଶଳ ମାନବ ସମ୍ବଳ ଭିତରେ ଅଣାଯାଇପାରିବ।

ଆଇଆଇଟି, ଏନଆଇଟି, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ପ୍ରତିଭା ଭରପୁର ଅଛି। କେବଳ ଆଇଆଇଟି ନୁହେଁ, ଅନ୍ୟ ଶିକ୍ଷାନୁଷ୍ଠାନ ସହ ଶିଳ୍ପ ସମୂହ ସହଯୋଗୀ ହୋଇ ଗବେଷଣା ଏବଂ ଅନ୍ୱେଷଣକୁ ତ୍ୱରାନିତ କରିବା ଦରକାର। ଏକବିଂଶ ଶତାବ୍ଦୀର ମାନବ ସମ୍ବଳକୁ ପ୍ରସ୍ତୁତ କରିବା ସହ ୫ ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଭାବରେ ପ୍ରସ୍ତୁତ କରିବା ପାଇଁ ଦକ୍ଷତା ବିକାଶକୁ ସଂସ୍ଥାଗତ କରିବାକୁ ହେବ। ଶ୍ରୀ ପ୍ରଧାନ ଏହି ଅବସରରେ ସିଆଇଆଇର ସଦସ୍ୟ ତଥା ଶିଳ୍ପସମୂହର ନେତୃବୃନ୍ଦଙ୍କୁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କର ଖସଡାକୁ ସମୀକ୍ଷା କରିବା ସହ ନିଜର ମତାମତ ଦେବା ପାଇଁ ପରାମର୍ଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.