Home କେନ୍ଦୁଝର ଯୋଡା : ସ୍ୱାଧିନତାର ଅମୃତ ମହୋତ୍ସବ ନିମନ୍ତେ ବୁଦ୍ଧିଜୀବୀ ସମ୍ମିଳନୀ

ଯୋଡା : ସ୍ୱାଧିନତାର ଅମୃତ ମହୋତ୍ସବ ନିମନ୍ତେ ବୁଦ୍ଧିଜୀବୀ ସମ୍ମିଳନୀ

33

ଯୋଡା, ୧୦ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଚଳିତ ଅଗଷ୍ଟ ମାସ ୧୫ ତାରିଖକୁ ଭାରତ ତାର ୭୫ତମ ସ୍ୱୀଧିନତା ଦିବସ ପାଳନ କରିବାକୁ ଯାଉଛି। ପଲ୍ଲି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହି ଦିବାସକୁ ସ୍ମରଣୀୟ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଏହି ଉତ୍ସବକୁ ପ୍ରଭାବଶାଳୀ ଢଙ୍ଗରେ ପାଳନ କରିବା ପାଇଁ ବୁଧବାର ଅପରାହ୍ନରେ ଯୋଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ଏକ ବୁଦ୍ଧିଜୀବୀ ସମ୍ମିଳନୀର ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରକାଶ ମହାନ୍ତି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅମୃତ ମହୋତ୍ସବ ସମାରୋହ ସମିତିର କେନ୍ଦୁଝର ଜିଲା ସହ ସଂଯୋଜକ ଧିରେନ୍ଦ୍ର ସିଂ ଯୋଗଦେଇଥିଲେ। ସେହିପରି ସମ୍ମାନୀୟ ଅତିଥି ଭାବେ ମୟୁରଭଞ୍ଜ ବିଭାଗ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘର ପ୍ରଚାରକ ତପନ କୁମାର ନାୟକ ଯୋଗଦେଇଥିଲେ। ଏଥିରେ ଅତିଥିମାନେ ଯେଉଁମାନଙ୍କର ବଳିଦାନରେ ଭାରତ ଆଜି ସ୍ୱାଧିନ ହୋଇପାରିଛି ସେମାନଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍ୱାଧିନତାର ଏହି ୭୫ ବର୍ଷ ମଧ୍ୟରେ ଦେଶ ଅନେକ ଘାତ ପ୍ରତିଘାତ ଦେଇ ଆଗକୁ ନିରନ୍ତର ବଢି ଚାଲିଛି। ଦେଶ ସାଂସ୍କୃତିକ, ଅର୍ଥନୈତିକ, କାରିଗରି କ୍ଷେତ୍ରରେ ଆମ୍ଭେ ଆଜି ଆଗକୁ ପାଦ ବଢାଇ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛୁ। ସ୍ୱାଧିନତାର ଏହି ଅମୃତ ମହୋତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି। ଅହମଦାବାଦର ସାବରମତି ଆଶ୍ରମରୁ ଏହି ଦାଣ୍ଡି ଯାତ୍ରା ୧୨ ମାର୍ଚ୍ଚ ୨୦୨୧ରୁ ଆରମ୍ଭ ହୋଇ ସ୍ୱାଧିନତାର ୭୫ତମ ଦିବସ ପାଳନ ପର୍ଯ୍ୟନ୍ତ ୭୫ ସପ୍ତାହ ଧରି ପାଳନ କରାଯାଇଆସୁଛି। ଏହା ଆଗାମୀ ୧୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯିବାର ସ୍ଥିର କରାଯାଇଛି। ବିଭିନ୍ନ ବିଦ୍ୟାଳୟ, ଶିକ୍ଷା ଅନୁଷ୍ଠାନ, ବିଭିନ୍ନ ସରକାରୀ ଓ ବେସରକାରୀ ଦପ୍ତର ମାନଙ୍କରେ ଏହି ଉତ୍ସବ ପାଳନ ଅବସରରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭାରତ ଆଗାମୀ ଅଗଷ୍ଟ ମାସ ୧୨ ତାରିଖରେ ସ୍ୱାଧିନତାର ହଜାର ତମ ପୂର୍ଣ୍ଣମୀ ଦେଖିବାକୁ ଯାଉଛି, ଯାହା ଅତ୍ୟନ୍ତ ଶୁଭଦାୟକ। ଶାସ୍ତ୍ର ଆଧାରରେ ଏହି ଦିନ ଭାରତ ବର୍ଷ ଅମୃତ ବେଳାରେ ପ୍ରବେଶ କରିବାକୁ ଯାଉଛି। ତେଣୁ ଏହାକୁ ସ୍ୱାଧିନତାର ଅମୃତ ମହୋତ୍ସବ ଭାବେ ଆଖ୍ୟା ଦିଆଯାଇଛି। ଏହି ଦିବସକୁ ସମସ୍ତେ ଉତ୍ସାହର ସହ ପାଳନ କରି ନିଜକୁ ଗୈରବାନୀତ ମନେ କରିବା ସହ ପ୍ରତ୍ୟେକ ବ୍ୟକ୍ତି ଖଣ୍ଡେ ଲେଖାଁଏ ଜାତୀୟ ପତାକା କିଣି ନିଜ ଘରେ ଲଗାଇ ଜାତୀୟତାର ପରିଚୟ ଦେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମଟିରେ ଯୋଡା ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ ଯୋଗଦେଇଥିବା ବେଳେ ଶିଶୁ ମନ୍ଦିରର ସମସ୍ତ ଗୁରୁଜି, ଗୁରୁମା, ସ୍ୱଂୟ ସେବକ ସଂଗଠନର କର୍ମକର୍ତ୍ତା, ବିଜେପିର ବିଭିନ୍ନ କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟଜିତ୍ ପ୍ରଧାନ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.