Home ଓଡ଼ିଶା ଯୋଡା : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ଷା ବନ୍ଧନ

ଯୋଡା : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ରକ୍ଷା ବନ୍ଧନ

63

ଯୋଡା, ୧୦ା୮ (ଓଡ଼ିଆ ପୁଅ/ସେକ୍ ଜାବିର ମହମ୍ମଦ) : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ବୁଧବାର ଦିନ ଯୋଡ଼ା ନଗର କାର୍ଯ୍ୟକର୍ତ୍ତା ଭଉଣୀମାନେ ସହରରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ, ମହାବିଦ୍ୟାଳୟ, ଯୋଡ଼ା ଥାନା, ଯୋଡାରେ ଅବସ୍ଥିତ ସମସ୍ତ ଡାକ୍ତରଖାନା ଗୁଡିକରେ କାର୍ଯ୍ୟକର୍ତ୍ତାମାନଙ୍କୁ ରକ୍ଷା ବନ୍ଧନ କରିଥିବା ଦେଖିବାକୁ ମିଳିଛି। ଏହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ସେମାନେ ଅଧିକାରୀମାନଙ୍କୁ ରକ୍ଷା ବନ୍ଧନ କରି ମହିଳାମାନଙ୍କର ସୁରକ୍ଷା ନିମନ୍ତେ କାମନା କରିଛନ୍ତି। ଏହି କାର୍ଯ୍ୟକ୍ରମଟିରେ ବିଦ୍ୟାର୍ଥୀ ପରିଷଦ ପୂର୍ବତନ ରାଜ୍ୟ ସହସଂଯୋଜକ ଦିବ୍ୟଜ୍ୟୋତି ନନ୍ଦଙ୍କ ସହଯୋଗୋ କରିଥିବା ବେଳେ ବିଦ୍ୟାର୍ଥୀ ପରିଷଦର ନଗର କାର୍ଯ୍ୟକର୍ତ୍ତା ତେଜସ୍ୱିନୀ ସତପଥି, ସୁଜୁକି ମହାରଣା, ଝିମି ପାତ୍ର, ରିନୀ ପାତ୍ର, ମେଘା ଗୋପ, ମଣ୍ଟି ମହାରଣା, ଜ୍ୟୋତି ବଡାଇକ, ସନମ, ପୂଜା ଦାସ, ମିନାକ୍ଷୀ ବିଶ୍ୱକର୍ମା, ସୁଜାତା ସିଂ, ନିହାରିକା ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.