Home ଜିଲ୍ଲା ପରିକ୍ରମା ଶାରଦା ବିଦ୍ୟାମନ୍ଦିରରେ ମ୍ୟାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଶାରଦା ବିଦ୍ୟାମନ୍ଦିରରେ ମ୍ୟାଟ୍ରିକ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

27

ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ଶାରଦା ବିଦ୍ୟାମନ୍ଦିରର ୧୪ ଜଣ ମ୍ୟାଟ୍ରିକ ଏ-୧ ଗ୍ରେଡଧାରୀ ଛାତ୍ରଛାତ୍ରୀଙ୍କ ସମେତ ବ୍ଲକସ୍ତରରେ ୩ୟ ସ୍ଥାନ ହାସଲ କରିଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପ୍ରଧାନଗୁରୁଜୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକଶିକ୍ଷାଧିକାରୀ ଅଧିର କୁମାର ତରେଇ ମୁଖ୍ୟଅତିଥି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ସାରୋ ଶ୍ୟାମସୁନ୍ଦର ବିଦ୍ୟାନିକେତନ ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡା, ଦକ୍ଷିଣବାଡ ସରପଞ୍ଚ ବର୍ଷାରାଣୀ ଜେନା ଓ ସମାଜସେବୀ ହେମନ୍ତ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶାରଦା ବିଦ୍ୟାମନ୍ଦିରରୁ ମେଧାବୀ ଛାତ୍ରଛାତ୍ରୀମାନେ ହାସଲ କରିଥିବା ସଂସ୍କାର ଓ ସୁଗୁଣକୁ ବଜାୟ ରଖି ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ସଫଳତା ଧାରା ବଜାୟ ରଖିବ ବୋଲି ଆଶା ପ୍ରକାଶ କରିôତଲେ।

ଏହି ଅବସରରେ ବ୍ଲକ ଟପର ଜ୍ୟୋତିପ୍ରକାଶ ପଣ୍ଡା (୫୮୭), କମଳଲୋଚନ ମହାପାତ୍ର(୫୭୯), ସୁନିତା ବେହେରା(୫୭୦), କୈବଲ୍ୟ ପରିଡା(୫୬୧), ଚିତ୍ରାଂଶୁ ଚନ୍ଦନ ପଣ୍ଡା(୫୫୯), ଶ୍ୟାମସୁନ୍ଦର ମହାପାତ୍ର(୫୫୭), ସୁଲୋଚନା ନାୟକ(୫୫୩), ପାୟଲ ମହାପାତ୍ର(୫୫୨), ଜ୍ୟୋତିପ୍ରକାଶ ବାରିକ(୫୫୧), ଭାଗ୍ୟଶ୍ରୀ ରାଉତ(୫୪୮), ସ୍ମୃତିଲିପି ପଳତା(୫୪୮), ପ୍ରିୟାଂଶୁ ନାୟକ(୫୪୪), ସୌମ୍ୟରଞ୍ଜନ ମହାପାତ୍ର(୫୫୩), ପ୍ରିତେଶ ରଞ୍ଜନ ସାହୁ(୫୪୦) ଓ ବ୍ଲକସ୍ତରରେ ତୃତୟ ସ୍ଥାନ ହାସଲ କରିଥିବା ଜଳମଣ୍ଡୁଆ ଜୟ ଜଗନ୍ନାଥ ଉଚ୍ଚିଦ୍ୟାଳୟ ଛାତ୍ର ସତ୍ୟବ୍ରତ ପାଢୀ(୫୭୫)ଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଶାରଦା ବିଦ୍ୟାମନ୍ଦିରର ଅନ୍ୟସମସ୍ତ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସମେତ ତୃତୀୟ, ପଞ୍ଚମ ଶ୍ରେଣୀ ବୃତ୍ତିଧାରୀ ଓ ଏନ.ଆର.ଟି.ଏସ. ବୃତ୍ତି ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥି ପରିଚୟ ପବନ କୁମାର ନାୟକ, ଉଦ୍ଦେଶ୍ୟଜ୍ଞାପନ ଗୁରୁଜୀ ଚିତ୍ତରଞ୍ଜନ ନାୟକ, ସ୍ୱାଗତ ଭାଷଣ ସୁଶ୍ମିତା ସ୍ୱାଇଁ ଓ ଧନ୍ୟବାଦ ସ୍ନେହଲତା ମହାନ୍ତି ଦେଇଥିଲେ। ଗୁରୁଜୀ କେଶବ ସେଠୀ, ନିତ୍ୟାନନ୍ଦ ସେନାପତି, ଗୁରୁମା ଅନସୂୟା, ଅର୍ପିତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.