କେନ୍ଦ୍ରାପଡ଼ା, ୧୭ା୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡାରେ ଥିବା ଅର୍ଦ୍ଧାଧିକ ପେଟ୍ରୋଲ ଟାଙ୍କିରେ ଏବେ ପେଟ୍ରୋଲ ଶୂନ୍ୟ ହୋଇଯାଇଛି। ଗ୍ରାହକମାନେ ତେଲ ନପକାଇ ପାରି ଫେରୁଛନ୍ତି। ଏହାର ସୁଯୋଗ ନେଇଛନ୍ତି ଆଉ କେତେକ ପେଟ୍ରୋଲ ଟାଙ୍କି। ସେଠାରେ ଚଢା ଦରରେ ପେଟ୍ରୋଲ ବିକ୍ରୀ କରାଯାଉଛି। ପେଟ୍ରୋଲ ଲିଟର ୧୦୩ଟଙ୍କା ଥିବା ବେଳେ କେନ୍ଦ୍ରାପଡା ସହର ଉପକଣ୍ଠରେ ଥିବା ଏକ ନିର୍ଦ୍ଦିିଷ୍ଟ ପେଟ୍ରୋଲ ଟାଙ୍କିରେ ପେଟ୍ରୋଲ ଲିଟର ପିଛା ୧୦୮ଟଙ୍କା ଦରରେ ବିକ୍ରୀ କରାଯାଉଛି। ଅନ୍ୟ ଟାଙ୍କିରେ ୧୦୩ଟଙ୍କା ଲିଟର ପ୍ରତି ଦରରେ ପେଟ୍ରୋଲ ବିକ୍ରୀ କରାଯାଉଥିବା ବେଳେ ଏଠାରେ ଅଧିକ ୫ଟଙ୍କା ବୃଦ୍ଧି କରାଯାଇଛି। ଏପରିକି ସେହି ଟାଙ୍କିର ଡିଜିଟାଲ ମିଟରରେ ମଧ୍ୟ ପେଟ୍ରୋଲ ଲିଟର ୧୦୮ଟଙ୍କା ଦର୍ଶାଯାଇଛି। ଏସମ୍ପର୍କରେ ଗ୍ରାହକମାନେ ସଂପୃକ୍ତ ଟାଙ୍କିର କର୍ମଚାରୀଙ୍କୁ ପଚାରିବାରେ ଉତ୍ତର ମିଳୁଛି ଆମେ ଚଢା ଦରରେ ଯେହେତୁ ପେଟ୍ରୋଲ କିଣୁଛୁ ତେଣୁ ଚଢା ଦରରେ ପେଟ୍ରୋଲ ବିକୁଛୁ। ଅପର ପକ୍ଷରେ ଅନ୍ୟ ଏକ ସୁତ୍ରରୁ ଜଣାପଡିଛି ଯେ ସରକାର ପେଟ୍ରୋଲ ଦର କମାଇ ଦେଇଛନ୍ତି। ଫଳରେ ଟାଙ୍କି ମାଲିକମାନେ କ୍ଷତି ସହିଛନ୍ତି। ଏହି ସେହି କ୍ଷତିକୁ ଭରଣା କରିବା ପାଇଁ ଏହିଭଳି ଅଧିକ ଦର ନିଆଯାଉଥିବା ଅଭିଯୋଗ ହୋଇଛି। ତେବେ ଏସଂକ୍ରାନ୍ତରେ ବେଷାମରିକ ଯୋଗାଣ ଅଧିକାରୀଙ୍କ ନିକଟରେ କୈାଣସି ଖବର ନଥିବା ଜଣାପଡିଛି। କେନ୍ଦ୍ରାପଡା ଜିଲ୍ଲାକୁ ତେଲ ଯୋଗାଣ କାହିଁକି କମ ରହିଛି ତାହାର ଉତ୍ତର ଯୋଗାଣ ବିଭାଗ ପାଖରେ ନାହିଁ। ଏସଂକ୍ରାନ୍ତରେ ବେଷାମରିକ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରୁ ସେ କହିଲେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଠାରୁ କୈାଣସି ପେଟ୍ରୋଲ ଟାଙ୍କି ଅଧିକ ମୂଲ୍ୟରେ ପେଟ୍ରୋଲ ବିକ୍ରୀ କରି ପାରିବେ ନାହିଁ। ଏହାର ତଦନ୍ତ କରାଯିବ। ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତଦବ୍ୟତିତ କେନ୍ଦ୍ରାପଡାର କେତେକ ତେଲ ଟାଙ୍କିରେ ପେଟ୍ରୋଲ ସହିତ କିରୋସିନ ମିଶାଯାଉଥିବା ବେଳେ ଅନ୍ୟ କେତେକ ଟାଙ୍କିରେ ଗ୍ରାହକ ଜଣଙ୍କ କିଣୁଥିବା ପରିମାଣ ଠାରୁ କମ ପେଟ୍ରୋଲ ଦିଆଯାଉଥିବା ଅଭିଯୋଗ ହେଉଛି।