ନୟାଗଡ/୧୪/୦୬ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ରେ ରାଜ ରାଜୁଡା ଅମଳରୁ ଘୋଷଯାତ୍ରା ଅନୁଷ୍ଠିତ ହୋଇଆସୁଅଛି। ଘୋଷଯାତ୍ରାର ପୁର୍ବରୁ ସ୍ନାନଯାତ୍ରା ହେଉଛି ବାରମାସରେ ତେର ଯାତ୍ରାର ପ୍ରଥମ ଯାତ୍ରା। ଗତ ୨ ବର୍ଷଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁ ଭକ୍ତ ମାନେ ତିନି ଠାକୁରଙ୍କୁ ସ୍ନାନଯାତ୍ରା କି ଘୋଷଯାତ୍ରାରେ ଦର୍ଶନ କରିପାରିନଥିଲେ। ଚଳିତ ବର୍ଷ ଶ୍ରୀଜିୟୁମାନେ ଭୋର ସମୟରୁ ଗୋଟି ପହଣ୍ଡିରେ ରତ୍ନବେଦୀ ଛାଡି ସ୍ନାନ ବେଦୀରେ ପହଂଚିଥିଲେ। ଚାରିବାଡ ର ପଣ୍ଡା ପଢିଆରୀ, ପତ୍ରୀ ଓ ସେବାୟତ ମାନେ ଆନନ୍ଦ ଉଲ୍ଲାସରେ ଶ୍ରୀଜିୟୁ ମାନଙ୍କୁ ପହଣ୍ଡି କରି ଆଣିଥିଲେ। ଦିବା ୧୧ ଘଟିକା ସମୟରେ ଠାକୁରଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଥିଲା।
୧୦୮ ଚନ୍ଦନ କର୍ପୁର ମିଶ୍ରିତ ସୁବାଷିତ ଜଳରେ ଶ୍ରୀଜିୟୁ ମାନଙ୍କୁ ସ୍ନାନ କରାଯାଇଥିଲା। ବିଧି ଅନୁଯାଇ ପରେ ପରେ ଶ୍ରୀଜିୟୁ ଙ୍କୁ ଗଜାନନ ବେଶରେ ସୁସଜିତ କରାଯାଇଥିଲା। ତିନି ଠାକୁର ଗଜାନନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ। ସଂନ୍ଧ୍ୟାରେ ଦର୍ଶନ ଲାଗି ବେଶ ଭିଡ ଜମିଥିଲା। ଦେବୋତ୍ତର ଅଧିକାରୀ ତଥା ସ୍ଥାନୀୟ ତହସିଲଦାର ଶ୍ରୀ ଯୁଗଳ ମିଶ୍ର ତଦାରଖ କରିଥିବା ବେଳେ ମନ୍ଦିର ପରିଚାଳକ ରମେଶ କୁମାର ପ୍ରଧାନ ନୀତିକାନ୍ତି ପରିଚାଳନା କରିଥିଲେ। ମନ୍ଦିର ପରିସରରେ ଫଟୋଚିତ୍ର ଉତ୍ତୋଳନ କୁ ନେଇ ବାରଣ ଥିବା ବେଳେ ବୈଦୁତିକ ଗଣମାଧ୍ୟମ ପ୍ରତିନିଧି ଓ ପରିଚାଳକ ଙ୍କ ମଧ୍ୟରେ କଥା କଟାକଟି ଲାଗିଥିଲା। ଦେବତ୍ତୋର ଅଧିକାରୀ ଯୁଗଳ ମିଶ୍ର ଙ୍କ ଦ୍ୱାରା ଘଟଣାର ସମାଧାନ କରାଯାଇଥିଲା।