Home ଜିଲ୍ଲା ପରିକ୍ରମା ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଦୁଇ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

107

ଭଦ୍ରକ, ୧୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଳକ ଓଲଙ୍ଗ ଉଚ୍ଚ ବିଦ୍ୟାଳୟର ୨ଜଣ ଆଦର୍ଶ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପୁରାତନ ଛାତ୍ର ସଂଘ ପକ୍ଷରୁ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ କୃତୀ ଶିକ୍ଷକ ଗୌରାଙ୍ଗ ଚରଣ ମଲ୍ଲିକ ଓ ପ୍ରମୋଦ କୁମାର ନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସଭାରେ ପ୍ରଧାନ ଶିକ୍ଷକ ଶ୍ରୀଧର ତ୍ରିପାଠୀ ସଭାପତିତ୍ୱ କରିଥିବାବେଳେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ୍ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ କୁମାର ନାୟକ, ବ୍ଳକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକ ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ, ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି, ସମିତିସଭ୍ୟ ଗୌରୀ ରାଉତ, ପରିଚାଳନା କମିଟି ସଭାପତି ଅର୍ଜୁନ ଚରଣ ମହାନ୍ତି, ଓଷ୍ଟାର ସଂପାଦକ ପ୍ରଦୀପ କୁମାର ଦାସ, ଅକ୍ଷୟ ହୋତା, ବୈକୁ୍‌ଣ୍ଠ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ଦୁଇ ଶିକ୍ଷକଙ୍କ ଛାତ୍ର ବତ୍ସଳତା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ଉପରେ ବକ୍ତବ୍ୟ ରଖିଥିଲେ। ସଂସ୍କୃତ ଶିକ୍ଷକ ପ୍ରାଣବନ୍ଧୁ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିବାବେଳେ, ସହକାରୀ ଶିକ୍ଷକ ଲକ୍ଷ୍ମୀଧର ପଣ୍ଡା, ଜଗବନ୍ଧୁ ପାଣିଗ୍ରାହୀ, ଅଂଜନ କୁମାର ପୃଷ୍ଟି, ହରିହର ମହାପାତ୍ର, ବୈଦ୍ୟନାଥ ପତି, ଶ୍ୟାମସୁନ୍ଦର ପତି ଓ ସେବାନିବୃତ ଶିକ୍ଷକ ବିମ୍ବାଧର ମହାନ୍ତି, ଗୋକୁଳାନନ୍ଦ ପତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ପୁରାତନ ଛାତ୍ରଙ୍କ ମଧ୍ୟରେ ପୁରାତନ ଛାତ୍ର ସଂଘର ସଭାପତି ରାଜେନ୍ଦ୍ର କୁମାର ପତି, ଅଭିଳାଷ ପତି, ବିଜୟ ଜେନା, ସୋମନାଥ ପତି, ବଳରାମ ରାଉତ, ପ୍ରତାପ ପଣ୍ଡା, ଫିରୋଜ ସାହା, ମିହିର ସାହୁ, ପ୍ରଦୀପ କୁମାର ଦାସ, ବଳରାମ ଜେନା, ରାଧାକୃଷ୍ଣ ସାମଲ, ବଂଶୀଧର ସାହୁ, ଦୀପକ ବେହେରା, ମନୋରଂଜନ ପଢ଼ିଆରୀ, ନାରାୟଣ ସାହୁ, ଦେବେନ୍ଦ୍ର କୁମାର ବେହେରା, ମନୋଜ ପତି, ମୁନା ଆଚାର୍ଯ୍ୟ, ଦେବେନ୍ଦ୍ର ସାମଲ, ଜ୍ୟୋସ୍ନାରାଣୀ ପତି ପ୍ରମୁଖ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଦୁଇ ସେବା ନିବୃତ ଶିକ୍ଷକଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣ ସାମଲ, ସନାତନ ପଣ୍ଡାଙ୍କ ସମେତ ପ୍ରାକ୍ତନ ସରପଞ୍ଚ, ସମିତି ସଭ୍ୟ, ପରିଚାଳନା କମିଟି ସଦସ୍ୟଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.