Home ଜିଲ୍ଲା ପରିକ୍ରମା ମୂଲ୍ୟହୀନ ପାଲଟିଛି ଆଗରପଡ଼ାରେ ଗ୍ରୀଡ଼ ନିର୍ମାଣ, ଅଘୋଷିତ ବିଦ୍ୟୁତ୍ କାଟ: ଜନଜୀବନ ଅସ୍ତବ୍ୟସ୍ତ

ମୂଲ୍ୟହୀନ ପାଲଟିଛି ଆଗରପଡ଼ାରେ ଗ୍ରୀଡ଼ ନିର୍ମାଣ, ଅଘୋଷିତ ବିଦ୍ୟୁତ୍ କାଟ: ଜନଜୀବନ ଅସ୍ତବ୍ୟସ୍ତ

8

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଆଗରପଡ଼ା ଠାରେ ଗ୍ରୀଡ଼ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ଲୋକମାନଙ୍କ ମଧ୍ୟରେ କ୍ରମଶଃ ଅସନ୍ତୋଷଭାବ ସୃଷ୍ଟି ହେବାରେ ଲାଗିଛି। ଆଗରପଡ଼ା ଠାରେ ପ୍ରାୟ ୧୦ ଏକର ପରିମିତ ସ୍ଥାନରେ ଗ୍ରୀଡ଼ଷ୍ଟେସନ ନିର୍ମାଣ କାର୍ଯ୍ୟ ଗତ ୨୦୧୫ ଫେବୃୟାରୀ ୨୨ ତାରିଖ ରୁ ଓପିଟିସିଏଲ ର ଇଏଇଚ୍‌ଟି(ଏସ) ବାଲେଶ୍ୱର ଡ଼ିଭିଜନ ପକ୍ଷରୁ ଆରମ୍ଭ ହୋଇଥିଲା। ୨୭ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ନିର୍ଦ୍ଦାରିତ ସମୟ ଠାରୁ ବହୁ ବିଳମ୍ବରେ ଶେଷ ହୋଇଥିଲା। ୧୩୨/୧୩୩ କେ.ଭି.ଗ୍ରୀଡ଼ଷ୍ଟେସନରୁ ୧୩୨ କେ.ଭି. ଡ଼ବଲ ସର୍କିଟ ଲାଇନ୍ ସଂଯୋଗ କରିବା ଲକ୍ଷ୍ୟରେ ଏହି ଗ୍ରୀଡ଼ଷ୍ଟେସନ ନିର୍ମାଣ କରାଯାଇଛି। ଏହାଦ୍ୱାରା ବିଦ୍ୟୁତ୍ କାଟ ସମସ୍ୟା ଅନେକାଂଶରେ ହ୍ରାସ ପାଇ ପାରିବା କଥା କିନ୍ତୁ ସ୍ଥାନୀୟ ଅଂଚଳରେ ଘନଘନ ବିଦ୍ୟୁତ୍ କାଟ ହେଉଥିବାରୁ ଏଠରେ ଏତେ ମୂଲ୍ୟରେ ନିର୍ମିତ ଗ୍ରିଡ଼ ପ୍ରହସନରେ ପରିଣତ ହେବା ସହ ମୂଲ୍ୟହିନ ହୋଇପଡ଼ିଛି। ବର୍ତ୍ତମାନ କୌଣସି କିଛି କାରଣ ନ ଥାଇ ବାରମ୍ବାର ବିଦ୍ୟୁତ୍ କାଟ ହେଉଛି। ବିଲ୍ ପୈଠ କରିକରି ଉପଭୋକ୍ତା ମାନେ ନୟାନ୍ତ ହେଉଛନ୍ତି ଅଥଚ ଏହି ସେବା ଠିକ୍ ଭାବେ ପାଇପାରୁ ନାହାଁନ୍ତି। ଅଧିକାଂଶ ସମୟରେ ଅନ୍ଧାରରେ ରହୁଛନ୍ତି। ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ଆଗରପଡ଼ା। ଏଠାରେ ମଧ୍ୟ ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର, ବିଇଡ଼ି କଲେଜ, ମହିଳା କଲେଜ, ସାଧାରଣ କଲେଜ ପରି ଶତାଧିକ ଶିକ୍ଷାନୁଷ୍ଠାନ ରହିଛି। ସ୍ଥାନୀୟ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୩ ଟି ବ୍ଲକର ଅଧିକାଂଶ ପଞ୍ଚାୟତ ବାସୀ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି। ବିଦ୍ୟୁତ୍ ବିନା ଏହି ସବୁ ସେବା ବ୍ୟାହତ ହୋଇ ପଡ଼ୁଛି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.