Home ଜିଲ୍ଲା ପରିକ୍ରମା ରଘୁନାଥପୁର ଗ୍ରାମକୁ ପଞ୍ଚାୟତ ସଂଯୋଗୀକରଣ ରାସ୍ତା ଶିଳାନ୍ୟାସ

ରଘୁନାଥପୁର ଗ୍ରାମକୁ ପଞ୍ଚାୟତ ସଂଯୋଗୀକରଣ ରାସ୍ତା ଶିଳାନ୍ୟାସ

21

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମାଳଦା ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ରୁ ପଞ୍ଚାୟତ କାର୍ଯ୍ୟାଳୟ ସହ ସଂଯୋଗୀକରଣ ରାସ୍ତା ଅଭାବ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି ଜିଲ୍ଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି। ଏହି ଗ୍ରାମବାସୀମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ପାଇଁ ସଧାସଳଖ ରାସ୍ତା ନଥିଲା ଓ ଏଥିପାଇଁ ବହୁ ଦୂରରାସ୍ତା ଅତିକ୍ରମ କରିବାକୁ ପଡୁଥିଲା। ଗ୍ରାମ ଠାରୁ ଅତି ସଂକ୍ଷିପ୍ତ ରାସ୍ତା ନିର୍ମାଣ ପାଇଁ ଶ୍ରୀ ମହାନ୍ତି ନିଜପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିବା ସହ ପଞ୍ଚାୟତ ପକ୍ଷରୁ ୨ ଲକ୍ଷ ଓ ମନରେଗା ଯୋଜନାରେ ୧୦ଲକ୍ଷ ବ୍ୟୟବରାଦ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଛି। ଏଥିନେଇ ରବିବାର ଅନୁଷ୍ଠିତ ଉତ୍ସବରେ ଶ୍ରୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏଥିରେ ସରପଞ୍ଚ ମିନତୀ ପରିଡା, ସମିତି ସଭ୍ୟା ରିତାଞ୍ଜଳୀ ସାମଲ, ପ୍ରତ୍ୟୁଷ ସାମଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ରଘୁନାଥପୁର ଗ୍ରାମ ନଦୀଘାଟର ଉନ୍ନତିକରଣ ପାଇଁ ଦେଢ଼ଲକ୍ଷ ଓ ଗ୍ରାମର ସାମଲସାହି ଠାରୁ ନଦୀବନ୍ଧ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଦେଢ଼ଲକ୍ଷ ଟଙ୍କା ବ୍ୟବବରାଦ କରାଯାଇଛି ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଥିଲେ। ନିଜ କାର୍ଯ୍ୟକାଳ ମଧ୍ୟରେ ରଘୁନାଥପୁର ଗ୍ରାମକୁ ଏକ ଆଦର୍ଶ ଗ୍ରାମ ଭାବେ ପରିଣତ କରିବେ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ଏଥିପାଇଁ ରଘୁନାଥପୁର ଗ୍ରାମବାସୀଭ୍‌କ ପକ୍ଷରୁ କୃତଜ୍ଞତା ପ୍ରକାଶ ପାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.