Home ଜିଲ୍ଲା ପରିକ୍ରମା ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ

49

ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ଗରଦପୁରଠାରେ ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ପଣ୍ଡିତ ମଧୂସୁଦନ ତ୍ରିପାଠୀଙ୍କ ବେଦ ପାଠ ପରେ ଶିକ୍ଷୟତ୍ରୀ ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ ଜୟନ୍ତୀ ସଭାରେ ମୁଖ୍ୟ ବକ୍ତା ଭାବେ ଅମୃତ ଦର୍ଶନର ସମ୍ପାଦକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟ ଅତିଥି ଭାବରେ ଭଦ୍ରକ ପୌରପାଳିକାର ପୌରପାଳ ଗୁଲମକ୍କୀ ଦଲୱାଜି ହବିବ୍ ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଲକ୍ଷ୍ମଣ କୁମାର ମହାନ୍ତି ଯୋଗ ଦେଇଥିଲେ। ସନାତନ ଧର୍ମର ଆଦ୍ୟ ପ୍ରବର୍ତକ ଆଦିଶଙ୍କରାଚାର୍ଯ୍ୟଙ୍କ ବାଣୀ ଓ ଧାର୍ମିକ ଚେତନାକୁ ମୁଖ୍ୟ ବକ୍ତା ଅତ୍ୟନ୍ତ ସାବଲୀଳ ଭାବେ ବର୍ଣ୍ଣନା କରି ପରବର୍ତ୍ତୀ ସମୟରେ ସନାତନ ଧର୍ମ କିଭଳି ହିନ୍ଦୁ ଧର୍ମରେ ରୁପାନ୍ତରିତ ହୋଇଥିଲା ତାହା ବର୍ଣ୍ଣନା କରିଥିଲେ। ମୁଖ୍ୟ ଅତିଥି ମହୋଦୟା ଭଦ୍ରକର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଶତତ ଚେଷ୍ଟିତ ହେବା ସଙ୍ଗେ ସଙ୍ଗେ ସାମ୍ପ୍ରଦାୟିକ ସଦ୍‌ଭାବ ତଥା ଭାଇଚାରାକୁ ବଜାୟ ରଖିବା ପାଇଁ ଅନୁରୋଧ କରିଥିଲେ। ଉକ୍ତ ସଭାରେ ଗାନ୍ଧୀ ବାଳାଶ୍ରମର ସମ୍ପାଦକ ଅଶୋକ ଦାସ, ଅଧିକ୍ଷକ ହୃଷିକେଶ ମହାନ୍ତି, ସନ୍ତୋଷ କୁମାର ମହାପାତ୍ର (କ), ସନ୍ତୋଷ ମହାପାତ୍ର (ଖ), କୈଳାସ ଚନ୍ଦ୍ର ଦାସ, ଶକୁନ୍ତଳା ଦାସ, ଝରଣା ଦାସ, ମନୋରମା ପାଢ଼ୀ, ରାମଚନ୍ଦ୍ର କର, ରବିନାରାୟଣ ଜେନା, ଶିକ୍ଷକ ଅଶୋକ ସାହୁ, ପ୍ରଫୁଲ୍ଲ ଦାସ, ଚକ୍ରଧର ମହାନ୍ତି, ଅଜୟ ହୋତା, ସୁକୁମାରୀ ଦାସ, ସୁଧାଂଶୁ ମହାନ୍ତି, ରଞ୍ଜନ ମହାନ୍ତି, କୈଳାସ ଚନ୍ଦ୍ର ବାରିକ, ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଙ୍ଗୀତ ଗୁରୁ ସୁରେନ୍ଦ୍ର ଗାହାଣଙ୍କ ତତ୍ୱାବଧାନରେ କଣ୍ଠଶିଳ୍ପୀ ସ୍ନିଗ୍ଧା. ପ୍ରଜ୍ଞା ଏବଂ ଶୁଭମ୍ ସିଂ, ସଙ୍ଗୀତ ପରିବେଷଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.