Home ଜିଲ୍ଲା ପରିକ୍ରମା ଶହୀଦ ଦିବସରେ ମାଲ୍ୟାର୍ପଣ ଓ ଦୁଇମିନିଟିଆ ନୀରବତା ପାଳିତ

ଶହୀଦ ଦିବସରେ ମାଲ୍ୟାର୍ପଣ ଓ ଦୁଇମିନିଟିଆ ନୀରବତା ପାଳିତ

41

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଜାନୁୟାରୀ ୩୦ ତାରିଖକୁ ଶହୀଦ ଦିବସ ରୂପେ ଆଜି ପାଳନ କରାଯିବା ଅବସରରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଦ୍ୱାରା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଜିଲ୍ଲାପାଳ ସକାଳ ଘ୭.୩୦ମିନିଟ୍‌ରେ ଐତିହାସିକ ଗାନ୍ଧୀ ପଡ଼ିଆରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ôଚ ମାଲ୍ୟାର୍ପଣ କରିବା ସହିତ ଥାନାଛକ ନିକଟସ୍ଥ ମହତାବ କୋଠି ପରିସରରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଜିଲ୍ଲାସ୍କୁଲ ପରିସରରେ ଥିବା ମହାତ୍ମାଗାନ୍ଧୀ ଓ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପୂର୍ବ ନିଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଠିକ୍ ଦିବା ୧୧ ଘଟିକା ସମୟରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ମିନିଟ୍‌ର ନୀରବତା ପାଳନ କରାଯାଇଥିଲା। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ର, ଡ଼େପୁଟି କଲେକ୍ଟର କସ୍ତୁରୀବାଳା ଜେନା, ଭୂତତ୍ତ୍ୱବିତ୍ ସୁଶ୍ଳିଳା ଜେନା ଓ ଅନ୍ୟ କର୍ମଚାରୀମାନେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ଜିଲ୍ଲାପାଳଙ୍କ ସହ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଚାରବାଟିଆ ର ଗାନ୍ଧୀ ସ୍ମାରକୀ ପୀଠରେ ଅବସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଏବଂ ନୀରବତା ପାଳନ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଭଦ୍ରକର ଗାନ୍ଧୀବାଳାଶ୍ରମ, ଧାମନଗର ବ୍ଲକର ଲୋକକଳା ଗ୍ରାମ ବନ୍ଧଟିଆ ଆଦି ଜାଗା ମାନଙ୍କରେ ମଧ୍ୟ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.