Home ଜିଲ୍ଲା ପରିକ୍ରମା ରାଷ୍ଟ୍ରପିତାଙ୍କ ଅପମାନ, ସହିବ ନାହିଁ ହିନ୍ଦୁସ୍ଥାନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଦିଦ ଦିବସ ପାଳିତ

ରାଷ୍ଟ୍ରପିତାଙ୍କ ଅପମାନ, ସହିବ ନାହିଁ ହିନ୍ଦୁସ୍ଥାନ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ପକ୍ଷରୁ ସଦିଦ ଦିବସ ପାଳିତ

64

ଭଦ୍ରକ, ୩୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗାନ୍ଧିଜୀଙ୍କୁ ପ୍ରାର୍ଥନା ସଭାରେ ହତ୍ୟା କରିବା ଏକ ସୁପରିକଳ୍ପିତ ଷଡ଼ଯନ୍ତ୍ର ଥିଲା। ଗାନ୍ଧିଜୀଙ୍କ ୭୫ତମ ସହିଦ ଦିବସ ଦେଶ ପାଳନ କରୁଥିବା ବେଳେ ଗାନ୍ଧୀ ହତ୍ୟାକାରୀଙ୍କ ଅନୁଗାମୀମାନେ ସାମାଜିକ ଗଣମାଧ୍ୟମ ଓ ଧର୍ମ ସଂସଦ ନାମରେ ବିଦ୍ୱେଷ ଓ ସାଂପ୍ରଦାୟିକ ବାତାବରଣ ସୃଷ୍ଟି କରି ଚାଲିଛନ୍ତି। ମହାତ୍ମାଗାନ୍ଧୀଙ୍କ ସ୍ୱପ୍ନର ଧର୍ମ ନିରପେକ୍ଷ ଭାରତର ଛବିକୁ ପୃଥିବୀରେ ମଳିନ କରିବାକୁ ଚେଷ୍ଟା କରୁଛନ୍ତି। ଗାନ୍ଧୀ ହତ୍ୟାକାରୀଙ୍କୁ ପ୍ରଣାମ କରି ଅଶ୍ଳିଳ ଭାଷାରେ ମହାତ୍ମାଗାନ୍ଧୀଙ୍କୁ ଗାଳିଗୁଲଜ କରୁଥିବା ବିକାରଗ୍ରସ୍ତ ସାଂପ୍ରଦାୟିକ ମନୋଭାବାପନ୍ନ ବ୍ୟକ୍ତି ଓ ଦଳମାନେ ମିଥ୍ୟା ପ୍ରଚାରକୁ ପ୍ରତିହତ କରିବା ପାଇଁ ଓଡ଼ିଶାର ସମସ୍ତ ଅଗ୍ରଣୀ ଗାନ୍ଧୀବାଦୀ ଅନୁଷ୍ଠାନମାନେ ଜାନୁଆରୀ ୨୩ ତାରିଖରୁ ଜାନୁଆରୀ ୩୦ ତାରିଖ ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ସଭାସମିତି ଆଦି ଆୟାଜନ କରିବା ସହିତ ‘ରାଷ୍ଟ୍ରପିତାଙ୍କ ଅପମାନ ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକରେ ପ୍ରଚାରପତ୍ର ହଜାର ହଜାର ସଂଖ୍ୟାରେ ବଣ୍ଟନ କରିବା ସଂଗେ ସଂଗେ ଜନସାଧାରଣଙ୍କୁ ପ୍ର୍‌ତିବାଦ କରିବାକୁ ଆହ୍ୱାନ ଦେଇଛନ୍ତି। ମହାତ୍ମାଙ୍କ ସର୍ବଧର୍ମ ସମନ୍ୱୟର ବିଚାରଧାରା ସାଂପ୍ରଦାୟିକ ଶକ୍ତିଙ୍କ ଆଗରେ କଣ୍ଟା ହୋଇ ଛିଡ଼ା ହୋଇଥିବାରୁ ମିଥ୍ୟା ପ୍ରଚାର ଦ୍ୱାରା ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ତୁଳନା କରିବା ସହିତ ଗାନ୍ଧିଜୀଙ୍କୁ ନିଚା ଦେଖାଇବାକୁ ଚେଷ୍ଟା ଚଳାଇ ଅଛନ୍ତି।

ଯେଉଁ ସାମ୍ପ୍ରଦାୟିକ ଶକ୍ତିମାନେ ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରୁଥିଲେ ସେମାନଙ୍କର ଭାରତର ମୁକ୍ତି ସଂଗ୍ରାମର ସର୍ବମାନ୍ୟ ସେନାପତିଙ୍କ ପ୍ରତି କୌଣସି ଅପମାନ ଜନକ ଶବ୍ଦ ପ୍ରୟୋଗ ଦେଶପ୍ରେମୀ ଭାରତୀୟଙ୍କୁ ଗଭୀର ଆଘାତ ଦେଉଛି। କେନ୍ଦ୍ର ସରକାର ଗାନ୍ଧିଜୀଙ୍କ ପ୍ରତି ଅପମାନ ସୂଚକ ଶବ୍ଦ ପ୍ରୟୋଗ କରୁଥିବା ଓ ଗାନ୍ଧିଜୀଙ୍କ ଫଟୋଚିତ୍ରକୁ ଗୁଳି କରୁଥିବା ଲୋକଙ୍କୁ ପୁରସ୍କୃତ କରିବା ଆଭିମୁଖ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ବକ୍ତାମାନେ ଗାନ୍ଧୀଜୀଙ୍କ ଗୁଣାବଣୀ ବର୍ଣ୍ଣନାରେ ପ୍ରକାଶ କରିଥିଲେ। ଗାନ୍ଧୀ ଶାନ୍ତିି ପ୍ରତିଷ୍ଠାନ ଭଦ୍ରକ ଶାଖାର ବଳିଦାନ ଦିବସ ପାଳନ ଅବସରରେ ବକ୍ତାମାନେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଭଦ୍ରକ ସହର ନିକଟସ୍ଥ ରାଜପୁର ନୂଆସାହି ଠାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଏକ ସଭା ପ୍ର. ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ପ୍ରତିଷ୍ଠାନର ସମ୍ପାଦକ ତୁଷାରକାନ୍ତି ମହାନ୍ତି, ପ୍ର. ସଂଗ୍ରାମ ମହାନ୍ତି, ହରି ନନ୍ଦୀ, ସୀତାକାନ୍ତ ଦାସ, ଅମର ଲେଙ୍କା, ବୈଲୋଚନ ବେହୁରିଆ, ଭଦ୍ରକ ରୋଟାରୀ କ୍ଲବର ସଭାପତି ଇଂ ବସନ୍ତ ପାଣିଗ୍ରହୀ, ପବନ ଶର୍ମା ପ୍ରମୁଖ ସେମାନଙ୍କର ଅଭିଭାଷଣ ଦେଇଥିଲେ। ସଭା ସମାପ୍ତି ପରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ପ୍ରତିଷ୍ଠାନର ସଭାପତି ଇଂ ଅଖିଳ କୁମାର ପାଢୀ, ବିଦ୍ୟାଧର ବାରିକ, ମାନସ କୁମାର ମହାରଣା ପ୍ରମୁଖ ବଣ୍ଟନରେ ସହଯୋଗ କରିଥିବା ବେଳେ ଏହି ଅବସରରେ ୨ଶହରୁ ଉର୍ଦ୍ଧ୍ୱ ମାସ୍କ ବଣ୍ଟନ ମଧ୍ୟ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.