Home ଜିଲ୍ଲା ପରିକ୍ରମା ଋଣ ଦାବିରେ ବ୍ୟାଙ୍କ ସମ୍ମୁଖରେ ପତିପତ୍ନୀଙ୍କ ଧାରଣା

ଋଣ ଦାବିରେ ବ୍ୟାଙ୍କ ସମ୍ମୁଖରେ ପତିପତ୍ନୀଙ୍କ ଧାରଣା

104

ଭଦ୍ରକ, ୧୨ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ୟାଙ୍କରୁ ଋଣ ଦେବାର ପ୍ରତିଶୃତି ଦେଇ ବାରମ୍ବାର ବ୍ୟାଙ୍କକୁ ଦୌଡାଇ ହଇରାଣ କରିବା, ଟଙ୍କା ଲାଞ୍ଚ ମାଗିବା ଭଳି ଅଭିଯୋଗ କରିବା ସହ ନ୍ୟାୟ ଦାବିରେ ଉଭୟ ପତିପତ୍ନୀ ବ୍ୟାଙ୍କ ଆଗରେ ଧାରଣାରେ ବସିଥିଲେ । ଭଦ୍ରକ ଟାଉନ ଥାନା ଅନ୍ତର୍ଗତ କୁଆଁସ ଗ୍ରାମର ସୃତିିରେଖା ଦତ୍ତ ସହରରେ ଥିବା ବନ୍ଧନ ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରିଥିଲେ । ପରେ ସେ ଏକ ବାଣିଜ୍ୟ ଋଣ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଥିଲେ । ବ୍ୟାଙ୍କ କର୍ମଚାରୀ ଋଣ ଦେବାର ପ୍ରତିଶୃତି ଦେଇ ତାଙ୍କଠାରୁ ବିଭିନ୍ନ କାଗଜପତ୍ରରେ ଦସ୍ତଖତ କରାଇ ନେବା ସହ ୫ଟି ବ୍ଲାଙ୍କ୍ ଚେକ ମଧ୍ୟ ନେଇଥିଲେ । ପରେ ଋଣ ଟଙ୍କା ପାଇଁ ବ୍ୟାଙ୍କକୁ ଯିବାରୁ ତାଙ୍କୁ ନାନା ଅଶାଳୀନ ବ୍ୟବହାର କରିବା ସହିତ ଗାଳିଗୁଲଜ କରିଥିଲେ । ଏ ନେଇ ସୃତିରେଖା ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିବ ପରେ ପୁଲିସ ଗତ ୨୦୨୧ ମସିହା ମାର୍ଚ୍ଚ ୧୮ ତାରିଖରେ କେସ୍ ନଂ ୧୨୪/୨୧ରେ ମାମଲା ରୁଜୁ କରିଥିଲେ ମଧ୍ୟ କୌଣସି ସୁଫଳ ପାଇ ନ ଥିଲେ । ପରି ସେ ବାରମ୍ବାର ବ୍ୟାଙ୍କ ଓ ଉଚ୍ଚ ପଦାଧିକାରୀଙ୍କୁ ନିବେଦନ କରିଥିଲେ ମଧ୍ୟ ଋଣ ପାଇ ପାରି ନ ଥିଲେ କି ତାଙ୍କ ପ୍ରତି ହୋଇଥିବା ଦୁର୍ବ୍ୟହାରର କୌଣସି ସୁବିଚାର ହୋଇ ନ ଥିଲା । ଫଳରେ ବାଧ୍ୟ ହୋଇ ସୃତିରେଖା ଓ ତାଙ୍କ ସ୍ୱାମୀ ତ୍ରିଲୋଚନ ଆଜି ବନ୍ଧନ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏପରିକି ଦାବି ପୂରଣ ନହେଲେ ଆତ୍ମାହୁତି ଦେବେ ବୋଲି ଧମକ ଦେଇଥିଲେ । ପରେ ଟାଉନ ଥାନା ପୁଲିସ, ବ୍ୟାଙ୍କ ମ୍ୟାନେଜର ସୀତାକାନ୍ତ ଦା. ଋଣ ଦେଶନେଣ ମୁଖ୍ୟ ଅଙ୍କିତ ରାୟ ଧାରଣାକାରୀ ପତିପତ୍ନୀଙ୍କ ସହ ଆଲୋଚନା କରିବା ସହିତ ଅ।।ସନ୍ତା ୭ ଦିନ ମଧ୍ୟରେ ସୃତିରେଖାଙ୍କୁ ନ୍ୟାୟ ପ୍ରଦାନ କରାଯିବାର ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.