ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ତହସିଲ ନିକଟସ୍ଥ ରକ୍ଷାକାଳୀପଡ଼ିଆ ନିକଟରେ ଭଦ୍ରକଜିଲ୍ଲା ଚିଟ୍ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଳା ଜମାକାରୀ ମିଳିତ ମଂଚ ସଭାପତି ଉମେଶ ନାୟକଙ୍କ ସଭାପତିତ୍ୱରେ ମଂଚ ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୁଦନ ବିଶ୍ୱାଳ, ଅବାହକ ଅନୁରାଧା ସୁବୁଧିଙ୍କ ସମେତ ବିଭିନ୍ନ ଗ୍ରାମପଂଚାୟତରୁ ନେତୃତ୍ୱ ନେଉଥିବା ବିଜୟ ସାହୁ, ରାଜେନ୍ଦ୍ର ସାହୁ, ଉଜ୍ୱଳା ପାଢୀ, ସେକ୍ ରାଜା, ସିଧେଶ୍ୱର ନାୟକ, ସୌମ୍ୟରଂଜନ ସାହୁ, ଚିତ୍ତରଂଜନ ସାହୁ, ସେକ୍ ସମରେସ ଅଲ୍ଳୀ, ଶଙ୍କର ମିଶ୍ର ପ୍ରମୁଖ ଯୋଗଦେଇ ଜମାକାରୀ ସତ୍ୟାଗ୍ର, ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରକାଶ ଥାଉକି ଚିଟ୍ଫଣ୍ଡ ଟଙ୍କାଙ୍କୁ ଫେରସ୍ତନେଇ ମିଳିତ ମଂଚ ପକ୍ଷରୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ଫଳପ୍ରଦ ହେଉନଥିବାରୁ ଏହି ଦାବିରେ ଆଗାମୀ ୧୭ଜାନୁଆର ୨୦୨୨ ଠାରୁ ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଠ କାଳ ପର୍ଯ୍ୟନ୍ତ ଜମାକାରୀ ମାନେ ସତ୍ୟାଗ୍ରହ କରାଯିବବୋଲି ଚେତାବନି ଦିଆଯାଇଛି ।