Home ଜିଲ୍ଲା ପରିକ୍ରମା ଓଡ଼ିଶାର ପ୍ରଥମ ଜିଲା ଭାବେ ଭଦ୍ରକରେ ରାଜ୍ୟ ମାନବାଧିକାର ଆୟୋଗ ସଦସ୍ୟଙ୍କ ପ୍ରଥମ କ୍ୟାମ୍ପ

ଓଡ଼ିଶାର ପ୍ରଥମ ଜିଲା ଭାବେ ଭଦ୍ରକରେ ରାଜ୍ୟ ମାନବାଧିକାର ଆୟୋଗ ସଦସ୍ୟଙ୍କ ପ୍ରଥମ କ୍ୟାମ୍ପ

70

ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ପ୍ରକାଶିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଡ଼ିଆରଡ଼ିଏ ସମ୍ମିଳନୀ କକ୍ଷରେ ରାଜ୍ୟ ମାନବାଧିକାର ଆୟୋଗ ସଦସ୍ୟ ଅଶିମ୍ ଅମିତାଭ ଦାଶଙ୍କ କ୍ୟାମ୍ପକୋର୍ଟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଏସ୍‌.ପି. ଚରଣସିଂ ମିନା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । କାର୍ଯ୍ୟସୂଚୀ ଅନୁଯାୟୀ ନିର୍ଦ୍ଧାରିତ ମୋକଦ୍ଦମା ଗୁଡ଼ିକର ବିଚାର ଆରମ୍ଭ କରାଯାଇଥିଲା । ସାମାଜିକ ବାଛନ୍ଦ, ପାରିବାରିକ ଅତ୍ୟାଚାର, ଜମି ଜବରଦଖଲ, ରେଶନକାର୍ଡ଼ ନମିଳିବା, ସରକାରୀ କର୍ମଚାରୀଙ୍କ ପେନ୍‌ସନ୍ ଅଟକିବା, ବାର୍ଦ୍ଧକ୍ୟଭତ୍ତା ମଞ୍ଜୁର ନହେବା, ଜବରଦଖଲ ଯୋଗୁଁ ଘରକୁ ରାସ୍ତା ବନ୍ଦ ହେବା ନେଇ ଅଭିଯୋଗ କ୍ରମେ ଶତୃଙ୍କ ଆର୍କମଣରେ ଗୋଡ଼ ହାରାଇ ୨୦୧୫ ରୁ ଦିବ୍ୟାଙ୍ଗ ହେବା, ବ୍ୟବସାୟିକ ଦୋକାନ ଉଠାଯିବା ଆଦି ବିଭିନ୍ନ ମୋକଦ୍ଦମାର ଶୁଣାଣି କରିଥିଲେ । ସମୁଦାୟ ୫୧ଟି ମୋକଦ୍ଦମା ମଧ୍ୟରୁ ୨୬ଟିର ତତ୍‌କାଳ ସମାଧାନ କରାଯାଇଥିଲା ।

ଅପରାହ୍ନରେ ଭଦ୍ରକ ଓକିଲ ସଂଘର ସଭାପତି / ସଂପାଦକ ଓ ଅନ୍ୟ ସଦସ୍ୟଙ୍କ ସହିତ ସିଭିଲ୍ ସୋସାଇଟ୍‌ର ମନୋନୀତ ସଦସ୍ୟଭାବେ ଆସିଥିବା ଭଦ୍ରକର ବିଭିନ୍ନ ସେଚ୍ଛାସେବୀ ଅନୁଷ୍ଠାନ ମାନଙ୍କର ସଭାପତି ଓ କର୍ମକର୍ତ୍ତା ମାନଙ୍କ ସହ ଏକ ସୈଜନ୍ୟମୂଳକ ବୈଠକ ହୋଇଥିଲା । ସେମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିବାକୁ ଯାଇ ମାନ୍ୟବର ସଦସ୍ୟ ପ୍ରକାଶ କରିଥିଲେ ଯେ ମାନବାଧିକାର ରକ୍ଷା କରିବାକୁ ଯାଇ ଅନ୍ୟର ଅଧିକାରକୁ ବିପନ୍ନ କରିବା ଅନୁଚିତ୍ । ଭଦ୍ରକରେ ସେଚ୍ଛାସେବୀ ସଂସ୍ଥା ଗୁଡ଼ିକର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଭଦ୍ରକ ଜିଲ୍ଲାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପ୍ରଥମ କ୍ୟାମ୍ପକୋର୍ଟ ଆୟୋଜନ କରାଯାଇଛି ଏବଂ ଏହି କୋର୍ଟର ସଫଳତା ଅନ୍ୟ ଜିଲ୍ଲାମାନଙ୍କରେ ପରବର୍ତ୍ତୀ ପର୍ଯ୍ୟାୟରେ ଆୟୋଜନ କରାଯିବା ପାଇଁ ପ୍ରେରଣା ଦାୟକ ହେବବୋଲି କହିଥିଲେ । କୋର୍ଟକ୍ୟାମ୍ପ ଆୟୋଜନ ଫଳରେ ଲୋକେ ନ୍ୟାୟ ପାଇବା ପାଇଁ ଭୁବନେଶ୍ୱର ନ ଦୌଡ଼ି ନିଜ ଅଞ୍ଚଳରେଥାଇ ବିଚାର ପାଇପାରିବେ ଓ.ଏଚ୍‌.ଆର.ସି. ରେଜିଷ୍ଟ୍ରାର ଶଙ୍ଖ ଚକ୍ରବର୍ତ୍ତୀ ମାନ୍ୟବର ସଦସ୍ୟଙ୍କ ଶୁଣାଣିରେ ସହଯୋଗ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଅତିରିକ୍ତ ଏସ.ପି. ବି.କେରକେଟା, ଡ଼େପୁଟି କଲେକ୍ଟର ଜୁଡ଼ିସିଆଲ କସ୍ତୁରିବାଳା ଜେନା ପ୍ରମୁଖଙ୍କ ସହ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଜିଲ୍ଲାର ବିଭିନ୍ନ ଥାନାର ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣି କାର୍ଯ୍ୟରେ ଆବଶ୍ୟକ ମତେ ଉତ୍ତର ରଖିଥିଲେ । ସର୍ବାଧିକ ମୋକଦ୍ଦମା ପୋଲିସ୍ ବିଭାଗ ସମ୍ବନ୍ଧୀୟ ଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.