Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ୬ମାସ ପୂରିଲା, ବିଗିଡ଼ିଲାଣି ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତା

ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ୬ମାସ ପୂରିଲା, ବିଗିଡ଼ିଲାଣି ଆଗରପଡ଼ା-ବରପଦା ପୂର୍ତ୍ତ ବିଭାଗ ରାସ୍ତା

71

ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଜୁନ ମାସରେ ଭଦ୍ରକ ଜିଲ୍ଲା ପୂର୍ତ୍ତି ବିଭାଗ ଅଧିନସ୍ଥ ଆଗରପଡ଼ା-ବରପଦା ରାସ୍ତାର ସ୍ଥାୟୀ ମରାମତି ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ମୁହୁର୍ତ୍ତରେ ବିଭାଗୀୟ ନିର୍ବାହୀଯନ୍ତ୍ରୀ ମାଟିର ଆଦ୍ରତା ଯୋଗୁଁ ନିର୍ମିତ ରାସ୍ତା ପ୍ରତିବର୍ଷ ଫାଟୁଛି, ଏହି ସମସ୍ୟାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତୁତି ସରିଛି ବୋଲି କହିଥିଲେ। କିନ୍ତୁ ଇତି ମଧ୍ୟରେ ୬ମାସ ବିତି ଯାଇଥିଲେ ସୁଦ୍ଧା ବିଭାଗ ତରଫରୁ ରାସ୍ତାର ସ୍ଥାୟୀତ୍ୱ ପ୍ରତି ବିଭାଗ ତରଫରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପୂର୍ତ୍ତବିଭାଗ ରାସ୍ତାଟି ବିଗିଡ଼ିଲାଣି। ପ୍ରକାଶ ଥାଉକି;ରାସ୍ତାଟି ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟସ୍ତ ବହୁଳ ରାସ୍ତା। ଏହି ରାସ୍ତାରେ ପ୍ରତିଦିନ ଶତାଧିକ ଯାତ୍ରୀବାହୀ ଯାନବାହନ ସମେତ ଅନ୍ୟାନ୍ୟ ଗାଡ଼ିମଟର ଚଳାଚଳ କରିଥାଏ। ତେଣୁ ଉକ୍ତ ରାସ୍ତାର ଗୁରୁତ୍ୱକୁ ନେଇ ବିଭାଗ ତରଫରୁ ଗତ ୨୦୧୫ ମସିହାରେ ୧୯ କୋଟି ଟଙ୍କା ମଂଜୁର ଅର୍ଥରେ ରାସ୍ତା ନିର୍ମିତ ହୋଇଥିଲା। ନିର୍ମାଣ କାଯ୍ୟ ର୍ ନିମ୍ନମାନର ହୋଇଥିବା ଯୋଗୁଁ ଏବଂ ରକ୍ଷଣାବେକ୍ଷଣ ସ୍ଥାୟିତ୍ୱକୁ ଠିକ୍ ଭାବେ ନିର୍ବାହ କରାଯାଉନଥିବାରୁ ରାସ୍ତା ମରାମତି ସରୁସରୁ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସି ଗମନାଗମନରେ ବାଧା ସୃଷ୍ଟି କରୁଥିବାର ଦେଖିବାକୁ ମିଳିଥିଲା। ପରେ ଗତ ଏପ୍ରିଲ ମାସରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ ଏହା ନସରୁଣୁ ଜାମବଣି ଠାରୁ ବରପଦା ପର୍ଯ୍ୟନ୍ତ ମରାମତି ହୋଇଥିବା ରାସ୍ତା ପୁଣି ଫାଟି ଯିବା ସହ, ଉଭୟ ପାର୍ଶ୍ୱ ଦବି ଯାଇ ଗମନାଗମନରେ ବିପଦ ସୃଷ୍ଟି କରିଥିଲା। ରାସ୍ତାର ମଝିରେ ମଝିରେ ଗାତ ମଧ୍ୟ ସୃଷ୍ଟି ହୋଇଥିଲା। ଉକ୍ତ ଗାତ ଗୁଡ଼ିକୁ ପୂରଣ କରିବାକୁ ଯାଇ ପିଚୁ ବଦଳରେ ମୋରମ ବ୍ୟବହୃତ ହୋଇଥିଲା। ଯାହାକି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଅପରପକ୍ଷରେ କାଦବରାଙ୍ଗ ବଜାର ଠାରୁ କାଦବରାଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ପାଖାପାଖି ୪୫୦ମିଟର କଂକ୍ରିଟ ନିର୍ମିତ ରାସ୍ତାର ରକ୍ଷରାବେକ୍ଷଣ ଠିକ୍ ଭାବେ ହୋଇନଥିବାରୁ ବର୍ତ୍ତମାନ ରାସ୍ତା ମଝିରୁ ଦୁଇଫାଳ ହୋଇଯାଇଛି। ଯଦ୍ୱରା ସାଇକେଲ କିମ୍ବା ମୋଟରସାଇକେଲ ଆରୋହୀ ରାସ୍ତାରେ ଯିବାକୁ ନିରାପଦ ମଣୁ ନାହାନ୍ତି। ଟିକେ ଅସାବଧାନତାରେ ଗାଡ଼ିଚକା ଫାଟିଥିବା ରାସ୍ତାରେ ପସି ଦୃର୍ଘଟଣା ଘଟିବ ଏଥିରେ ସନ୍ଦେହ ନାହିଁ। ଏଥି ସହିତ ରାସ୍ତା ବିଭିନ୍ନ ସ୍ଥାନରେ ପିଚୁ ସବୁ ଉଠି ଯାଇ ଖାଲଖମା ସୃଷ୍ଟି ହେଲାଣି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.