ଭଦ୍ରକ, ୧୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଠାରେ ପ୍ରସିଦ୍ଧ ପୀରବାବା ହଜରତ ମୁଜାହିଦେ ଏ ମିଲ୍ଲତଙ୍କ ୪୨ତମ ଉର୍ଷ ଉତ୍ସବ ଆଜିଠାରୁ ଆରମ୍ଭ ହୋଇ ୧୧ତାରିଖରେ ଶେଷ ହେବ। ଆଜି ସକାଳୁ ଖାନକା ସରିଫରେ ପୀରବାବା ହଜରତ ମୁଜାହିଦେ ସମାଧି ପୀଠରେ ଗାଧୁଆ କରାଯିବା ପରେ ଚାଦର ଚଢାଯାଇ ସମ୍ମୁହ ଦର୍ଶନ କରାଯାଇଥିଲା। ତେବେ ସରକାରଙ୍କ ପକ୍ଷରୁ କରୋନା କଟକଣା ନିୟମ ଲାଗୁଥିବାରୁ ଅଧିକ ଜନଗହଳି ନହେବାପାଇଁ ପ୍ରଶାସନ ନିର୍ଦ୍ଦେଶ କରାଯାଇଥିବାରୁ ଏଥର ସମ୍ମୁହ ନମାଜପାଠ ଓ ଚାଦର ଶୋଭାଯାତ୍ରାକୁ ବାରଣ କରାଯାଇଛି। ତେବେ ୨ବର୍ଷ ଧରି ଏହି କରୋନା କଟକଣା ଥିବାରୁ ନିରାଡ଼ମ୍ବର ପୁର୍ଣ୍ଣ ଭାବରେ ଏହି ଉର୍ଷ ଉତ୍ସବ ପାଳନ ହେଉଛି। ବିଗତ ବର୍ଷ ମାନଙ୍କରେ ଏଠାରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବାବେଳେ ଏଥର କରୋନା କଟକଣା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସେପରି ଦେଖିବାକୁ ମିଳିନାହିଁ। ତେବେ ଆଇନ୍ ଶୃଙ୍ଖଳା ପରିସ୍ଥିତ ଆଖିଆଗରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ କଢାକଢି କରାଯାଇଛି। ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ଜଣେ ଆଡ଼ିସନାଲ ଏସ୍ପି, ଜଣେ ଡ଼ିଏସ୍ପି, ଦୁଇଜଣ ଇନିଷ୍ପେକ୍ଟ, ୬ଜଣ ଏଏସ୍ଆଇ ଓ ଦୁଇପ୍ଲାଟୁନ୍ ପୋଲିସ ଫୋର୍ଷ ମୁତୟନ କରାଯାଇଛି ବୋଲି ଧାମନଗର ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁ ସୂଚନା ଦେଇଛନ୍ତି।