Home ଜିଲ୍ଲା ପରିକ୍ରମା ଶାନ୍ତିଦେବୀ ଥିଲେ ଶାନ୍ତିର ଯାଜୁଲ୍ୟମାନ ଉଦାହରଣ, ଶାନ୍ତିଲତା ନାୟକଙ୍କ ଦ୍ୱାଦଶାହ ସ୍ମୃତିସଭା

ଶାନ୍ତିଦେବୀ ଥିଲେ ଶାନ୍ତିର ଯାଜୁଲ୍ୟମାନ ଉଦାହରଣ, ଶାନ୍ତିଲତା ନାୟକଙ୍କ ଦ୍ୱାଦଶାହ ସ୍ମୃତିସଭା

80

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ସୁନାମଧନ୍ୟ ଡାକ୍ତର ରବୀନ୍ଦ୍ର କୁମାର ନାୟକଙ୍କ ସହଧର୍ମିଣୀ ଶାନ୍ତିଲତା ନାୟକଙ୍କ ଦ୍ୱାଦଶାହ କ୍ରିୟାକର୍ମ ନିମନ୍ତେ ସ୍ମୃତିସଭା ଓ ସ୍ମରଣିକା ଉନ୍ମୋଚନ ଆଜି ଭଦ୍ରକ ପାନ୍ଥନିବାସରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତି ଦେବୀ ଥିଲେ ଜଣେ ପରୋପକାରୀ ମଣିଷ, ବିଶେଷ କରି ଡାକ୍ତର ନାୟକଙ୍କ ଅନୁପସ୍ଥିତିରେ ଯେତେ ବି ରୋଗୀ ତାଙ୍କ ଘରକୁ ଯାଆନ୍ତି, ଶାନ୍ତିଦେବୀ ବ୍ୟକ୍ତିଗତ ଭାବେ ସେମାନଙ୍କ ସହ କଥା ହୋଇ ରୋଗକଥା ବୁଝନ୍ତି ଏବଂ ଜଣେ ମାଆ ଭଳି ତାଙ୍କୁ ଶାନ୍ତ୍ୱନା ଦେଇଥାଆନ୍ତି । ଯାହା ଜଣେ ଡାକ୍ତରଙ୍କ ପତ୍ନୀଙ୍କ କ୍ଷେତ୍ରରେ କ୍ୱଚିତ ଦେଖା ଯାଇଥାଏ । ଏପରି କି ରୋଗୀଙ୍କୁ ବହୁ ସମୟରେ ଫଳ ଆଦି ଖାଇବାକୁ ଦେଇଥାଆନ୍ତି । ବାସ୍ତବିକ କ୍ଷେତ୍ରରେ ସେ ଯେତିକି ଶାନ୍ତ, ସେତିକି ସରଳ । ସେ ଶାନ୍ତିର ପ୍ରତୀକ ଏବଂ ଯାଜୁଲ୍ୟମାନ ଉଦାହରଣ ବୋଲି ଆଜି ତାଙ୍କ ସ୍ମୃତିସଭାରେ ସ୍ମୃତିଚାରଣ କରି ବକ୍ତାମାନେ କହିଥିଲେ । ସ୍ମତିସଭାକୁ ଅଖିଳ ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖାର ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ପ୍ରଥମ ସମ୍ବୋଧିତ କରିଥିବା ବେଳେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନ ସଭାପତି ଅଜୟ ନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ ।

ସ୍ତମ୍ଭକାର ଅଭୟ ଦ୍ୱିବେଦୀଙ୍କ ସଂଚାଳନରେ ଅନୁଷ୍ଠିତ ସ୍ମୃତିସଭାରେ ଡାକ୍ତର ଭଗବାନ ଦୀକ୍ଷିତ, ଡା. ଶତୃଘ୍ନ ହାତୀ, ତାଙ୍କ ଭଣଜା ଡ. ସୁରେନ୍ଦ୍ର ମିଶ୍ର, ଡା. ରଣଜିତ କର, ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଓଶ୍ରୁର ସଭାପତି ଦେବକାନ୍ତ ରାଉତ, ଶାନ୍ତନୁ ରାଉତ, ଦେବେନ୍ଦ୍ର ନାଥ ରାଉତ, ସ୍ମରଣିକା ସମ୍ପାଦକମଣ୍ଡଳୀ ସଦସ୍ୟ ତପନ କୁମାର ମିଶ୍ର, ଅଧ୍ୟାପିକା ଉତ୍ପଳା ନାୟକ, ପ୍ରାଧ୍ୟାପିକା ଡ. ରାଧାରାଣୀ ମହାପାତ୍ର, ସତ୍ୟଭାମା ଜେନା, ଡା. ସୌଦାମିନୀ ଧଳ, ଲକ୍ଷ୍ମୀଧର ନାୟକ, ସନାତନ ମହାପାତ୍ର, ଡା. ସୁରଥ ବିଶ୍ୱାଳ, ସୁଧାକର ରାଉତ, ଅଜିତ ଦାସ, ଅଶୋକ ନାୟକ, ବିଜୟ ସାହୁ, ସାମ୍ବାଦିକ ଅମର ନାୟକ, ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ସ୍ମୃତିଚାରଣ କରିଥିଲେ । ପରେ ପଣ୍ଡିତ ବୀରେନ୍ଦ୍ର ପଣ୍ଡା, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ଡାକ୍ତର ରବୀନ୍ଦ୍ର ନାୟକ, ନାତୁଣୀ ଲିଜା ନାୟକ, ବୋହୂ ପ୍ରଭାଶ୍ରୀ ସ୍ମୃତିମଂଜରୀ ନାୟକ, ପୁତ୍ର ସନ୍ତୋଷ ନାୟକ, ସାମ୍ବାଦିକ ରୂପକ ବିହାରୀ ରାୟ, ଶିକ୍ଷକ ଚକ୍ରଧର ପୁହାଣ, ଅମରେନ୍ଦ୍ର ବିଶ୍ୱାଳ, ସାମ୍ବାଦିକ ପ୍ରତାପ ଦାସ ପ୍ରମୁଖଙ୍କ ସହିତ ଅତିଥିମାନେ ସ୍ମରଣିକା ‘ଶାନ୍ତରେବ ଶାନ୍ତିଃ’କୁ ଉନ୍ମୋଚନ କରିଥିଲେ । ଶେଷରେ ଡାକ୍ତର ନାୟକ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ସ୍ମୃତିସଭାରେ ନାଟ୍ୟକାର ଲଲାଟେନ୍ଦୁ ମହାନ୍ତି, ପ୍ର. ରାଜକିଶୋର ସାହୁ, ଅଭିମନ୍ୟୁ ସେଠୀ, ଡ. ଅବନୀ ପ୍ରଧାନ, ପ୍ରୀତିରଂଜନ ଜେନା, ସୀତାଂଶୁ ଶେଖର ମହାପାତ୍ର, ଡା. ଝସକେତନ ମହାନ୍ତି, ଡା. ସୁବାସ ବିଶ୍ୱାଳ, ସାମ୍ବାଦିକ ଅଶୋକ ନାୟକଙ୍କ ହିତ ବହୁ ଡାକ୍ତର ରାଜେନତା, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.