Home ଜିଲ୍ଲା ପରିକ୍ରମା ଇନ୍‌ଟାକ୍‌ର ଜିଲ୍ଲାପାଳଙ୍କୁ ଦାବୀପତ୍ର

ଇନ୍‌ଟାକ୍‌ର ଜିଲ୍ଲାପାଳଙ୍କୁ ଦାବୀପତ୍ର

81

ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ପ୍ରାଚୀନ କୀର୍ତ୍ତିରାଜି ବିମଣ୍ଡିତ ସୋଳମପୁର ଗ୍ରାମ ଏକ ଐତିହାସିକ ଗ୍ରାମ । ଏଠାରେ ବିପର୍ଯ୍ୟସ୍ତ ଭାବେ ପଡ଼ିରହିଥିବା ମୂର୍ତ୍ତିଗୁଡ଼ିକ ମଧ୍ୟରୁ ଅଧିକାଂଶ ଚୋରି ହୋଇଗଲାଣି । ଗତବର୍ଷ ଏଠାରୁ ଦୁଇଟି ବୌଦ୍ଧ ମୂର୍ତ୍ତି ଚୋରିହୋଇଗଲା । ଉକ୍ତ ଚୋରି ସମ୍ବନ୍ଧରେ ଇନ୍‌ଟାକ୍ ଜିଲ୍ଲା ଆରକ୍ଷୀ ଅଧୀକ୍ଷଙ୍କୁ ଜଣାଇଥିଲା । କିନ୍ତୁ ମୂର୍ତ୍ତି ଏଯାବତ ଉଦ୍ଧାର ହୋଇପାରିଲା ନାହିଁ । ଏବେ ସୋଳମପୁର ନିକଟସ୍ଥ ଗ୍ରାମ ମାନଙ୍କରୁ ଦୁର୍ଲଭ ବୁଦ୍ଧ ମସ୍ତକ, ଅବଲୋକିତେଶ୍ୱର, ଅନେକ ବୌଦ୍ଧ ସ୍ତୁପ ସମେତ ପ୍ରାଚୀନ ମାଟି ପାତ୍ରମାନ ନିକଟସ୍ଥ ବୈତରଣୀ ପଠାରୁ ମିଳିଛି ଏବଂ ସେଗୁଡ଼ିକ ରଘୁନାଥ ମନ୍ଦିର ବେଢ଼ାରେ ଥିବା ନବନିର୍ମିତ ଗୃହରେ ରଖାଯାଇଛି । ଏହାର ଉନ୍ନୟନ ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ଦିଆଯାଇଥିବା ଦାବୀଗୁଡ଼ିକ ହେଲା ବିକ୍ଷିପ୍ତ ହୋଇ ପଡ଼ିରହିଥିବା ପ୍ରତ୍ନତାତ୍ତ୍ୱିକ ଅବଶେଷଗୁଡ଼ିକ ନବନିର୍ମିତ ଗୃହରେ ସାଇତି ରଖିବା ପାଇଁ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ ବ୍ୟବସ୍ଥା, ରଘୁନାଥ ମନ୍ଦିର ପ୍ରାଙ୍ଗଣରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା, ଏଠାରେ ସିସି କ୍ୟାମେରା ଲଗାଯିବା, ଜଗୁଆଳି ନିଯୁକ୍ତି, ସର୍ବୋପରି ଉକ୍ତ ଗ୍ରାମକୁ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ଇତ୍ୟାଦି । ଇନ୍‌ଟାକ୍ ତରଫରୁ କନ୍‌ଭେନର ଦିଗମ୍ବର ମହାନ୍ତିଙ୍କ ସମେତ ଇନ୍‌ଟାକ୍ ସଦସ୍ୟ କ୍ଷୀରୋଦ କୁମାର ସାମଲ, ଡ. ଭାଗବତ ତ୍ରିପାଠୀ, ଡ. ଗୋଲକ ବିହାରୀ ସାହୁ, ପଦ୍ମନାଭ ପାଢ଼ୀ, ପ୍ରଭାକର ମଲ୍ଲିକ, ଅଜିତ୍ କୁମାର ନାୟକ, ବାଦଲ କିଶୋର ମହାପାତ୍ର, କରୁଣାକର ଉପାଧ୍ୟାୟ, କାଶୀନାଥ ସାହୁ, ବିଶ୍ୱମ୍ବର ରାଉତ ଜିଲ୍ଲାପାଳଙ୍କ ଠାରେ ଦାବୀପତ୍ର ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.