ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୧୨- ସାରା ରାଜ୍ୟରେ ଅପପୃଷ୍ଟିର ହାର କୁ ଦେଖି ସରକାର ଜନସଚେତନତା ପାଇଁ ଓଡିଶା ପୃଷ୍ଟି ମହୋତ୍ସବ ପାଳନ ପାଇଁ ଯୋଜନା କରିଛନ୍ତି । ସେହି ଯୋଜନା ଅନୁଯାଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ୮ ଗୋଟି ଗ୍ରାମପଞ୍ଚାୟତରେ ଡିସେମ୍ବର ୬ ତାରିଖ ମଧ୍ୟାନ୍ନରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଅଛି । ପଞ୍ଚାୟତ ଗୁଡିକ ହେଲା ବ୍ରଜରାଜପୁର, ନରସିଂହପୁର , ମହତପଲ୍ଲା , ଗୋପାଳପୁର , ମୟୁରଝାଲିଆ , ପିମ୍ପଲ ,ଖତିଆ ଓ ବୃନ୍ଦାବନପୁର । ଓଡିଶା ଜୀବିକା ମିଶନ୍ ଆଂଚଳିକ ମହିଳା କମିଟି ଗୁଡିକ ମହୋତ୍ସବ ପାଳନ କରିଛନ୍ତି । ଏହି ମହୋତ୍ସବରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ , ପ୍ରସୁତି ମହିଳା , ଗର୍ଭବତୀ ମହିଳା ଓ କିଶୋରୀ ମାନଙ୍କୁ ସାମିଲ୍ କରାଯାଇଥିଲା ।
ପୃଷ୍ଟିକର ରନ୍ଧା ଖାଦ୍ୟ , ପୃଷ୍ଟିକର ଶସ୍ୟଜାତୀୟ ପଦାର୍ଥ ଓ ବିଭିନ୍ନ ଭିଟାମିନ୍ ଯୁକ୍ତ ଫଳ ରଖାଯାଇ ସେ ସର୍ମ୍ପକରେ ବୁଝାଯାଇଥିଲା । ବ୍ରଜରାଜପୁର ରେ ୧୩ ଗୋଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ , ନଥି ସହାୟିକା କବିତା ବେହେରା , ଗୋଷ୍ଠୀ ସଂଯୋଜିକା ନିରୂପମା ଆଚାର୍ଯ୍ୟ , ୨ଜଣ କୃଷି ମିତ୍ର ଓ ୩ ଜଣ ପ୍ରଣୀ ମିତ୍ର ଯୋଗ ଦେଇଥିଲେ । ଅନ୍ୟ ସମସ୍ତ ୭ ଗୋଟି ଗ୍ରାମପଞ୍ଚାୟତରେ ମଧ୍ୟ ଏହିଭଳି ଭାବରେ ପୁଷ୍ଟି ମହୋତ୍ସବ ପାଳନ ହୋଇଥିବା ଜଣାପଡିଛି ।