Home ଓଡ଼ିଶା ବ୍ରଜରାଜପୁର ପଞ୍ଚାୟତରେ ଓଡିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ

ବ୍ରଜରାଜପୁର ପଞ୍ଚାୟତରେ ଓଡିଶା ପୃଷ୍ଟି ମହୋତ୍ସବ ଅନୁଷ୍ଠିତ

73

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୬/୧୨- ସାରା ରାଜ୍ୟରେ ଅପପୃଷ୍ଟିର ହାର କୁ ଦେଖି ସରକାର ଜନସଚେତନତା ପାଇଁ ଓଡିଶା ପୃଷ୍ଟି ମହୋତ୍ସବ ପାଳନ ପାଇଁ ଯୋଜନା କରିଛନ୍ତି । ସେହି ଯୋଜନା ଅନୁଯାଇ ନୟାଗଡ ଜିଲ୍ଲା ରଣପୁର ବ୍ଲକ ୮ ଗୋଟି ଗ୍ରାମପଞ୍ଚାୟତରେ ଡିସେମ୍ବର ୬ ତାରିଖ ମଧ୍ୟାନ୍ନରେ ପୃଷ୍ଟି ମହୋତ୍ସବ ପାଳିତ ହୋଇଯାଇଅଛି ।  ପଞ୍ଚାୟତ ଗୁଡିକ ହେଲା ବ୍ରଜରାଜପୁର, ନରସିଂହପୁର , ମହତପଲ୍ଲା , ଗୋପାଳପୁର , ମୟୁରଝାଲିଆ ,  ପିମ୍ପଲ ,ଖତିଆ ଓ ବୃନ୍ଦାବନପୁର । ଓଡିଶା ଜୀବିକା ମିଶନ୍ ଆଂଚଳିକ ମହିଳା କମିଟି ଗୁଡିକ ମହୋତ୍ସବ ପାଳନ କରିଛନ୍ତି ।  ଏହି ମହୋତ୍ସବରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ , ପ୍ରସୁତି ମହିଳା , ଗର୍ଭବତୀ ମହିଳା ଓ କିଶୋରୀ ମାନଙ୍କୁ ସାମିଲ୍ କରାଯାଇଥିଲା ।

ପୃଷ୍ଟିକର ରନ୍ଧା ଖାଦ୍ୟ , ପୃଷ୍ଟିକର ଶସ୍ୟଜାତୀୟ ପଦାର୍ଥ ଓ ବିଭିନ୍ନ ଭିଟାମିନ୍ ଯୁକ୍ତ ଫଳ ରଖାଯାଇ ସେ ସର୍ମ୍ପକରେ ବୁଝାଯାଇଥିଲା । ବ୍ରଜରାଜପୁର ରେ ୧୩ ଗୋଟି ମହିଳା ସ୍ୱଂୟ ସହାୟିକା ଗୋଷ୍ଠୀ , ନଥି ସହାୟିକା କବିତା ବେହେରା , ଗୋଷ୍ଠୀ ସଂଯୋଜିକା ନିରୂପମା ଆଚାର୍ଯ୍ୟ , ୨ଜଣ କୃଷି ମିତ୍ର ଓ ୩ ଜଣ ପ୍ରଣୀ ମିତ୍ର  ଯୋଗ ଦେଇଥିଲେ । ଅନ୍ୟ ସମସ୍ତ ୭ ଗୋଟି ଗ୍ରାମପଞ୍ଚାୟତରେ  ମଧ୍ୟ ଏହିଭଳି ଭାବରେ  ପୁଷ୍ଟି ମହୋତ୍ସବ ପାଳନ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.