Home Top News କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ପ୍ରଫୁଲ ମାଝୀ: ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ..

କଂଗ୍ରେସ ଛାଡ଼ିଲେ ବରିଷ୍ଠ ନେତା ପ୍ରଫୁଲ ମାଝୀ: ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ..

111

ଭୁବନେଶ୍ୱର: କିଛି ଦିନ ତଳେ ଜଣେ ବରିଷ୍ଠ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିବା ପରେ ଆଜି ପୁଣି ଦଳ ଛାଡ଼ିଛନ୍ତି କଂଗ୍ରେସର ଆଉ ଜଣେ ନେତା ଡାକ୍ତର ପ୍ରଫୁଲ ମାଝି। ଦଳ ଛାଡ଼ିବା ସହ ଦଳ ଭିତରର ଅନ୍ତଃଦ୍ୱନ୍ଦ କଥା ବି ସେ ପଦାରେ ପକାଇଛନ୍ତି। ପୂରା ପରିବାର ୬୦ ବର୍ଷରୁ ଅଧିକ ସମୟ କଂଗ୍ରେସକୁ ଦେଇଥିଲେ। କିନ୍ତୁ ଦଳ ତାଙ୍କୁ ଅଣଦେଖା କରିଆସିଛି। ଏହାସହ କଂଗ୍ରେସ ଏକ ମୁଣ୍ଡ ବିହୀନ ଦଳ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି। ତଳସରାର ଆସନରୁ ଡ. ମାଝୀ ତାଙ୍କ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇ ହ୍ୟାଟ୍ରିକ ମାରିଥିଲେ। ୨୦୦୬ ମସିହା ମେ ୨୦ ତାରିଖରେ ଗଜାଧର ମାଝୀଙ୍କ ଦେହାନ୍ତ ପରେ ହୋଇଥିବା ଉପ- ନିର୍ବାଚନରେ ଡ. ମାଝୀ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ତାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ଡ. ମାଝୀ ଆସନ୍ତା ୧୦ ତାରିଖରେ ବିଜେଡିରେ ଯୋଗଦେବେ ବୋଲି ଆଲୋଚନା ଜୋର୍ ଧରିଛି।
-/DevDr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.