Home Top News ହିନ୍ଦୁ ସନାତନ ଧର୍ମରେ ଦିକ୍ଷୀତ ହେଲେ ସେଣ୍ଟ୍ରାଲ୍ ୱାକଫ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍: ଚକ୍ରପାଣିଙ୍କ ଚେତାବନୀ...

ହିନ୍ଦୁ ସନାତନ ଧର୍ମରେ ଦିକ୍ଷୀତ ହେଲେ ସେଣ୍ଟ୍ରାଲ୍ ୱାକଫ୍ ବୋର୍ଡର ପୂର୍ବତନ ଚେୟାରମ୍ୟାନ୍: ଚକ୍ରପାଣିଙ୍କ ଚେତାବନୀ ..

71

ନୂଆଦିଲ୍ଲୀ: ସିଆ ସେଣ୍ଟ୍ରାଲ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସୀମ୍ ରିଜବି ସନାତନ ଧର୍ମ ଗ୍ରହଣ କରିଛନ୍ତି। କେବଳ ଯେ ସନାତନ ଧର୍ମ ଗ୍ରହଣ କରିନାହାଁନ୍ତି, ଏହା ସହ ସେ ତାଙ୍କର ନାମ ବଦଳାଇ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ୱାସୀମ ରିଜବି ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାଆନ୍ତି। ସେ ଏମିତି ବୟାନ ଦେଉଛନ୍ତି ଯାହାକି ଇସଲାମ୍ ଓ ମୁସଲିମ୍ ବିରୋଧୀ ବୋଲି କୁହାଯାଉଛି। ଏଥିପାଇଁ ମୁସଲିମ ସମାଜ ପକ୍ଷରୁ ରିଜବିଙ୍କ ବିରୋଧରେ ବାରମ୍ବାର ପ୍ରତିବାଦ କରାଯାଉଥିଲା। ଏପରିକି ରିଜବି ଇସଲାମ ଧର୍ମର ସୁଧାର ପାଇଁ ଦାବି କରିଥିଲେ। ସେ କୁରାନରେ ଥିବା ୨୬ ତମ ଆୟତକୁ ହଟାଇବାକୁ ସୁପ୍ରିମ କୋର୍ଟରେ ମାମଲା ଦାୟର ବି କରିଥିଲେ। ଅଯୋଧ୍ୟା ବିବାଦ ବେଳେ ରିଜବି ସମସ୍ତ ଜମି ମନ୍ଦିର ପାଇଁ ଦାନ କରିଦେବାକୁ ସ୍ରିୟା ୱାକଫ୍ ବୋର୍ଡକୁ ଅନୁରୋଧ କରିଥିଲେ। ଏହାସହ ତାଙ୍କର ଲିଖିତ ପୁସ୍ତକ ‘ମହମ୍ମଦ’ କୁ ନେଇ ସେ ବେସ ବିବାଦ ଭିତରେ ଛନ୍ଦି ହୋଇଯାଇଥିଲେ। ରିଜବୀ ହଳଦିଆ ରଙ୍ଗକୁ ଇସଲାମର ପ୍ରତୀକ ଓ ପତାକା ଭାବେ ମାନିବାକୁ ସୁପ୍ରିମକୋର୍ଟରେ ଲଢିଥିଲେ। ଏହି ତମାମ୍ ବିବାଦ ଭିତରେ ଶେଷରେ ସେ ଆଜି ଇସଲାମ୍ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି। ୱାସିମ୍ ରିଜଭି ମଧ୍ୟ କହିଛନ୍ତି ଯେ ମୃତ୍ୟୁ ପରେ କବର ଦେବା ପରିବର୍ତ୍ତେ ତାଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ଶବଦାହ କରାଯାଉ।

ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣୀ ମହାରାଜ ରିଜବିଙ୍କ ହିନ୍ଦୁଧର୍ମ ଗ୍ରହଣକୁ ସ୍ୱାଗତ କରିଛନ୍ତି। ସ୍ୱାମୀ ଚକ୍ରପାଣି କହିଛନ୍ତି, ପୂର୍ବତନ ମୁସଲମାନ୍ ଧର୍ମଗୁରୁ ୱାସିମ୍ ରିଜଭି ସାହାବ୍ ହିନ୍ଦୁ ସନାତନ ଧର୍ମ ଗ୍ରହଣ କରିବା ସ୍ୱାଗତଯୋଗ୍ୟ। ଅଖିଳ ଭାରତ ହିନ୍ଦୁ ମହାସଭା, ସନ୍ଥ ମହାସଭା ତାଙ୍କୁ ସ୍ୱାଗତ କରୁଛି। ୱାସିମ୍ ରିଜଭି ସାହାବ୍ ବର୍ତ୍ତମାନ ଆମର ହିନ୍ଦୁ ସନାତନ ଧର୍ମର ଏକ ଅଙ୍ଗ। କୌଣସି କଟ୍ଟରପନ୍ଥୀ ତାଙ୍କ ବିରୁଦ୍ଧରେ ଫତୱା ଜାରି କରିବାକୁ ସାହସ କରନ୍ତୁ ନାହିଁ ବୋଲି ଚେତାବନୀ ଦେବାସହ କେନ୍ଦ୍ର ଏବଂ ରାଜ୍ୟ ସରକାର ତାଙ୍କୁ ଉପଯୁକ୍ତ ସୁରକ୍ଷା ପ୍ରଦାନ କରନ୍ତୁ ବୋଲି ସ୍ୱାମୀ ଚକ୍ରପାଣି ମହାରାଜ ଦାବୀ କରିଛନ୍ତି। ସୂଚନାଯୋଗ୍ୟ ଯେ କିଛି ଦିନ ପୂର୍ବେ ୱାସିମ୍ ରିଜଭି ଏକ ଭିଡିଓ ଜାରୀ କରିଥିଲେ। ଯେଉଁଥିରେ ସେ କହିଥିଲେ ଯେ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି।
-/DevDrath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.