ଭଦ୍ରକ, ୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ଧାମନଗର ଏକ ସ୍ୱାଭିମାନ ଓ ଭାଇଚାରାର ମାଟି । ଏଠାକାରାର ଲୋକ ସ୍ୱାଭାମାନୀ । ପ୍ରତ୍ୟେକ ନାଗରିକଙ୍କୁ ଉଚ୍ଚିତ୍ ନ୍ୟାୟଦେବା, ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ପାଇଁ ମୋର ପ୍ରାଥମିକତା ରହିବବୋଲି ଧାମନଗର ଥାନାରେ ନୂଆକରି ଯୋଗଦେଇଥିବା ଥାନା ଅଧିକାରୀ ଶ୍ରୀ ବଲ୍ଲଭ ସାହୁ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଧାମନଗର ପ୍ରେସ୍ କ୍ଲବ ପକ୍ଷରୁ ସ୍ଥାନୀୟ ମହତାବ ସେବାସଦନ ଠାରେ ଆୟୋଜିତ ପୋଲିସ ଓ ସାମ୍ବାଦିକ ମଧ୍ୟରେ ସମନ୍ୱୟ ଉପରେ ଏକ ଆଲୋଚନା ଚକ୍ରରେ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ପ୍ରେସ୍ କ୍ଲବର ସଭାପତି ବାସୁଦେବ ତ୍ରିପାଠୀଙ୍କ ସଭାପତିତ୍ୱରେ ପ୍ରେସ୍ କ୍ଲବର ସମସ୍ତ ସଦସ୍ୟ ସମେତ ଏସ୍ଡ଼ିପିଓ ବିଜୟକୃଷ୍ଣ ମହାପାତ୍ର ବିଦାୟୀ ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତ ଓ ନୂତନ ଥାନାଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ଉପସ୍ଥିତିରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ପ୍ରାରମ୍ଭରେ ସାମ୍ବାଦିକ କୂଳମଣୀ ବେହେରା ସ୍ୱାଗତଭାଷଣ ପ୍ରଦାନ କରିଥିବାବେଳେ ପ୍ରେସ୍ କ୍ଲବର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର ଉଦ୍ଦେଶ୍ୟ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଧାମନଗର ଅଂଚଳରେ ଦୈନଦିନ ଘଟୁଥିବା ଛୋଟ ଛୋଟ ଘଟଣାକୁ ବଡ଼ ରୁପନଦେବା, ଉଭୟ ଭାଇଚାରା ରକ୍ଷା କରିବା ଓ ଟ୍ରାଫିକ୍ ସମସ୍ୟା ଉପରେ ଗୁରୁତ୍ୱ ଦେଲେ ଅନେକ ସମସ୍ୟା ଦୂରହେବବୋଲି ଏଥିରେ ମତବ୍ୟକ୍ତ ପାଇଥିଲା । ଏହି ଅବସରରେ ପ୍ରେସ୍ କ୍ଳବ ପକ୍ଷରୁ ବିଦାୟୀ ଥାନାଅଧିକାରୀ ଶ୍ରୀଯୁକ୍ତ ମହନ୍ତ, ନୂତନ ଥାନାଅଧିକାରୀ ଶ୍ରୀଯୁକ୍ତ ସାହୁ ଓ ଏସ୍ଡ଼ିପିଓ ବିଜୟ କୃଷ୍ଣ ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ଅନିଲ କୁମାର ବାରିକ, କୈଳାଶଚନ୍ଦ୍ର ଗୁପ୍ତା, ଦୀନବନ୍ଧୁ ଦାଶ, ପ୍ରତାପ କୁମାର ଆନ୍ଦିଆ, ସରୋଜ କୁମାର ସେଠୀ, ଅନନ୍ତ ଜେନା, ପ୍ରଶାନ୍ତ କୁମାର ସାହୁ, ସେକ୍ ଜିଲ୍ଲାନି ହବିବି, ବିବେକାନନ୍ଦ ସାମଲ, ଦେବାଶିଷ ରଥ, ରମଣୀରଂଜନ ଦାଶ, ମାନଗୋବିନ୍ଦ ଜେନା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ କୃଷ୍ଣଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।